ଜୱାଦ୍ କ୍ଷୟକ୍ଷତି ଆକଳନ ପାଇଁ ବଙ୍କା ପଂଚାୟତରେ ରାଜସ୍ୱ ବିଭାଗୀୟ ଅଧିକାରୀ

ଗାଙ୍ଗପୁର, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ ବଙ୍କା ରାଜସ୍ୱ ନିରୀକ୍ଷକ ଗୀତାଞ୍ଜଳି ମଲ୍ଲିକଙ୍କ ନେତୃତ୍ୱରେ ସରପଞ୍ଚ ରୋହିତ କୁମାର ଲେଙ୍କା,ଗ୍ରାମ୍ୟ କୃଷି କର୍ମଚାରୀ ଉପେନ୍ଦ୍ର ନାୟକ,ସମିତିସଭ୍ୟ ପ୍ରତିନିଧି ନାରାୟଣ ସ୍ଵାଇଁ, ମନୋଜ ଗୌଡ଼, ବାବୁଲା ବାରିକ, ଡ଼ିଜିଟାଲ ସେକ୍ରେଟେରୀ ପ୍ରମୁଖ ବଙ୍କା ପଂଚାୟତର ଜିରୋଳି,ବଙ୍କା, ବିଜୟ ଲକ୍ଷ୍ମୀ ଶରଣ ପୁର,ଗିରୀସୋଲା,କେଳା ପଙ୍କାଳ ଅଞ୍ଚଳରେ ଥିବା କ୍ଷତିଗ୍ରସ୍ତ ଚାଷ ଜମି ଗୁଡ଼ିକ ବୁଲି ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଥିଲେ I ଆଜି ସୁଦ୍ଧା ଅଞ୍ଚଳର ଶତକଡ଼ା ୩୦ ପ୍ରତିଶତ ଫସଲ କ୍ଷତି ହୋଇସାରିଥିବା ବେଳେ ବହୁ ଫସଲ ଏବେ ମଧ୍ୟ ପାଣିରେ ବୁଡ଼ି ରହିଥିବାରୁ ସେଗୁଡ଼ିକ ମଧ୍ୟ ପଚି ନଷ୍ଟ ହୋଇଯିବାର ଶତ ପ୍ରତିଶତ ସମ୍ଭାବନା ରହିଛି I ଆଜି ରାଜସ୍ଵ ବିଭାଗୀୟ ଅଧିକାରୀ ମାନେ ଜମି ପରିଦର୍ଶନ କରିସାରିବା ପରେ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହଯୋଗ ପାଇଁ ଦାବି କରିଥିଲେ I ଏନେଇ ରାଜସ୍ଵ ଅଧିକାରିଣୀ ଗୀତାଞ୍ଜଳି ମଲ୍ଲିକ କ୍ଷୟକ୍ଷତି ନେଇ ବେଲଗୁଣ୍ଠା ତହସିଲଦାରାଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ରିପୋର୍ଟ୍ ପ୍ରଦାନ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି I ପରିଦର୍ଶନ ସମୟରେ ବୃନ୍ଦାବନ ଗୌଡ଼, ଦେବରାଜ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ