ସେନାଧିକାରୀ ଙ୍କ ବିୟୋଗରେ  ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶୋକସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭା ଗୃହରେ ଗୁରୁବାର ଏକ ଶୋକସଭା ଆୟୋଜିତ ହୋଇ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାଓ୍ବତ ଓ ଅନ୍ୟ ସେନା ଅଧିକାରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି। ସଂଘ ର ସଭାପତି ପରେଶ ଚନ୍ଦ୍ର ରଥ ସଭାରେ ସଭାପତିତ୍ୱ କରିଥିଲେ।ଦେଶ ମାତୃକାର ସୁରକ୍ଷା ଦିଗରେ ରାଓ୍ବତଙ୍କ ବଳିଦାନ ତାଙ୍କୁ ଚୀର ସ୍ମରଣୀୟ କରି ରଖିବ ବୋଲି ସଭାରେ ବହୁ ବକ୍ତା ମତ ପ୍ରକାଶ କରିଥିଲେ।ସେହିଭଳି ରାଓ୍ବତଙ୍କ ସାଙ୍ଗରେ ଯାତ୍ରା କରୁଥିବା ଅନୁଗୋଳର ଓଡ଼ିଆ ସେନାଧିକାରୀ ରାଣା ପ୍ରତାପ ଦାଶଙ୍କ ପରିବାର ବର୍ଗଙ୍କ ପ୍ରତି ଓକିଲ ସଂଘ ପକ୍ଷରୁ ସମବେଦନା ପ୍ରକାଶ କରାଯିବା ସହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଚିକିତ୍ସାଧୀନ ଥିବା ଗ୍ରୁପ କ୍ଯାପଟେନ ବରୁଣ ସିଂହଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରାଯାଇଥିଲା। ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ସଭାରେ ଆଇନଜୀବି ରସାନନ୍ଦ ରାଉତ, ହରପ୍ରସାଦ ରଥ, ରତ୍ନାକର ମେକାପ, ସନ୍ତୋଷ କୁମାର ସାହୁ, ହେମନ୍ତ କୁମାର ପାଣିଗ୍ରାହୀ, ନକୁଳ ପ୍ରଧାନ, ମନୋରଞ୍ଜନ ପଣ୍ଡା, ସିମାଞ୍ଚଳ ପ୍ରଧାନ, କିଶୋର ଗୌଡ, ବିଜୟ କୁମାର ପ୍ରଧାନ, ଟୁକୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ସଂଘ ସମ୍ପାଦକ ଗିରିଜା ନନ୍ଦନ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ