ଭଗବତ ସ୍ୱାମୀ ଦୋକାନ ଗୃହ ପ୍ରତିଷ୍ଠା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ଜଗନ୍ନାଥପ୍ରସାଦ ରୋଡ଼୍ ମାର୍କେଟ କମ୍ପ୍ଲେକ୍ସ୍ ରେ ବୁଧବାର ଭଗବତ ସ୍ୱାମୀ ଦୋକାନ ଗୃହ ପ୍ରତିଷ୍ଠା ହୋଇଯାଇଛି I ଏହି ଅବସରରେ ମଙ୍ଗଳବାର ଆଳିଆ ସାହି ଭଗବତ ଗାଦିରୁ ଆଜ୍ଞା ମାଳ ଅଣାଯାଇ କଳସ ଯାତ୍ରା ଏବଂ ଶୁଭାଧିବାସ କର୍ମ ସମ୍ପନ୍ନ ହୋଇଥିବା ବେଳେ ବୁଧବାର ଗୃହ ପ୍ରତିଷ୍ଠା,ଗୃହ ପ୍ରବେଶ, ପ୍ରସାଦ ସେବନ ଏବଂ ଯଜ୍ଞ ଅନୁଷ୍ଠିତ ହୋଇଥିଲା I ପୁରୋହିତରାଜେନ୍ଦ୍ର ପତି ବ୍ରଜେନ୍ଦ୍ର ପତିଏଥିରେ ଯଜ୍ଞ କର୍ତ୍ତା ଭାବେ ପ୍ରକାଶ ସାମଲ ଏବଂ ତାଙ୍କ ଧର୍ମପତ୍ନୀ ବଙ୍ଗାଲୀ ସାମଲ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରଞ୍ଜିତ କୁମାର ସାମଲ, ସମ୍ପାଦକ ବିଦେଶୀ ଖଣ୍ଡୁଆଳ, ଉପଦେଷ୍ଟା ବିଜୟ ରାଉତ,ଉପସଭାପତି ସୁରେନ୍ଦ୍ର ସାମଲ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ସ୍ୱାଇଁଙ୍କ ସମେତ କମିଟି ସଦସ୍ୟ ସୁରେନ୍ଦ୍ର ଚୌଧୁରୀ,ସଞ୍ଜୟ ଦଳେଇ, ପ୍ରଦୀପ ସାମଲ୍, ଆକୁଳ ଖଣ୍ଡୁଆଳ, କୈଳାସ ଗୌଡ଼,ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଏବଂ ସାହି ବାସୀନ୍ଦା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ