ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଆସନ୍ତା ୨୪ ଅଗଷ୍ଟରେ ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସାନ୍ତାଳୀ ,ମୁଣ୍ଡାରୀ,ହୋ ଭାଷା ସହିତ କୁଡ଼ମାଲି ଭାଷାକୁ ଦ୍ଵିତୀୟ ରାଜ୍ୟ ଭାଷା ମାନ୍ୟତା ଦେବା ସହିତ ଆଦିବାସୀ ମାନଙ୍କ ସାରନା ଧର୍ମ କୋଡ ପ୍ରଦାନ କରିବା,ବାଦାମପାହାଡ଼ ଓ ଗୋରୁମହିଷାଣି ଲୌହ ଖଣିରେ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ମିଳୁଥିବା ଅନୁଦାନକୁ ବୃଦ୍ଧି କରିବା,ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗଙ୍କୁ ମିଳୁଥିବା ଭତ୍ତାକୁ ୩ ହଜାର ଟଙ୍କା ବୃଦ୍ଧି କରିବା ପ୍ରମୁଖ ୧୩ ଦଫା ଦାବି ଜେ.ଏମ୍.ଏମ୍ ପକ୍ଷରୁ ସରକାରଙ୍କ ନିକଟରେ  ରଖାଯାଇଛି।ତେବେ,ଏହି ସମସ୍ତ ୧୩ ଗୋଟି ଦାବି ପୂରଣ ନହେଲେ ଆସନ୍ତା ଅଗଷ୍ଟ ୨୪ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ଡାକରା ପାଇଁ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଏହି ବନ୍ଦ ପାଳନ ପାଇଁ ଜେ. ଏମ୍.ଏମ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଶୋଇ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଜେ.ଏମ୍.ଏମ୍ ସଭାପତି ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି ଏବଂ ଯୁବ ମୋର୍ଚ୍ଚା ସଭାପତି ରବୀନ୍ଦ୍ର ନାଥ ହାଁସଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଯୁବ ସଭାପତି ମଧୁସୂଦନ ସାହୁ,ବ୍ଲକ ସାଧାରଣ ସମ୍ପାଦକ ମଙ୍ଗଲ ମୁର୍ମୁ,ବ୍ଲକ ଉପ ସଭାପତି ଗଣେଶ ଚନ୍ଦ୍ର ମୁର୍ମୁ,ଜୁଝାର ମୁର୍ମୁ,ରାମେଶ୍ୱର ସୋରେନ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଉପସ୍ଥାପିତ ୧୩ ଦଫା ଦାବି ପ୍ରତି ସରକାର ଉଦାସୀନତା ମନୋଭାବ ପୋଷଣ କଲେ ଜେ.ଏମ୍.ଏମ୍ ପକ୍ଷରୁ ଆସନ୍ତା ଅଗଷ୍ଟ ୨୪ ତାରିଖ ୨୪ ଘଣ୍ଟିଆ ଜାତୟ ରାଜପଥ ସମେତ ସମ୍ପୂର୍ଣ୍ଣ ମୟୂରଭଞ୍ଜକୁ ବନ୍ଦ କରିବା ନେଇ ବୈଠକରେ ଉପସ୍ଥିତ କର୍ମୀ ମାନେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ