ରାଇରଙ୍ଗପୁର ବିଶାଳ ଜନଶୁଣାଣୀ କାର୍ଯ୍ୟକ୍ରମରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଯୋଗଦାନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶାର ସର୍ବବୃହତ୍ତମ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ବୁଝିବା ଏବଂ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଓଡିଶାରଦକ୍ଷ ପ୍ରଶାସନିକ ଅଧିକାରୀ ୫ ଟି ସଚିବ ଭି କେ ପାଣ୍ଡୀଆନ ଦୁଇ ଦିନିଆ ଗସ୍ତରେ ମୟୂରଭଞ୍ଜ ଆସିଛନ୍ତି ।ପ୍ରଥମେ ହେଲିକେପ୍ଟରରେ ଶୁକ୍ରବାର ଦିନ ପୂର୍ବାହ୍ନ ୧୦ ଘଟିକାରେ କରଂଜିଆର ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅବତରଣ କରି ସେଠାରେ କରଂଜିଆ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ପରେ ଯଶିପୁର ବ୍ଳକର ମହାର୍ଦାପଳାଶା ତିନି ଷ୍ଟାଡିୟମରେ ଜ ଯଶିପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରେ ଅପରାହ୍ନ ୧ ଘଟିକା ରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲିଆ ଖେଳ ପଡ଼ିଆରେ ହେଲିକପ୍ଟରରେ ଅବତରଣ କରିଥିଲେ ।ସେଠାରେ ଉପସ୍ଥିତ ଆଦିବାସୀ ନୃତ୍ୟ ଓ ବାଜା ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ଯାମାନେ ଶଙ୍ଖ, ହୁଳହୁଳି ଦେଇ ମଂଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସେଠାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସାଧାରଣ ଜନତା ତାଙ୍କୁ ଭେଟିବା ପରିବର୍ତ୍ତେ ସେ ସିଧାସଳଖ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅଭିଯୋଗ ଗ୍ରହଣ କରିବା ସହ ଓ୍ବାନ ଟୁ ଓ୍ବାନ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ପରେ ମଂଚ ଉପରେ ଠିଆ ହୋଇ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ଯାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ସେ କହିଥିଲେ ଓଡ଼ିଶାବାସୀଙ୍କ ମୌଳିକ ସମସ୍ୟା ପିଇବା ପାଣି,ଗମନା ଗମନ, ଶିକ୍ଷା, ସ୍ବାସ୍ଥ୍ୟ,ଶିଳ୍ପାୟନ,କୃଷି,ଜଳସେଚନ,ବେକାରଙ୍କ ହାତକୁ କାମ,ମମତା ଯୋଜନା, ଆଦିବାସୀ କଲ୍ୟାଣ,ପଛୁଆ ବର୍ଗ,ଦିଵ୍ଯାଙ୍ଗ ସଶକ୍ତିକରଣ,ବିଜୁ ସ୍ବାସ୍ଥ୍ୟ ଯୋଜନା,ଜାଗାମିଶନ ଯୋଜନା,ମୋ ପୋଖରୀ ଯୋଜନା,ବିଦ୍ୟାଳୟ, ମହାବିଦ୍ୟାଳୟ ରୂପାନ୍ତିକରଣ, ହସ୍ପିଟାଲ ରୂପାନ୍ତିକରଣ,ଚଳିତ ବର୍ଷ କୃଷି ବୀମା ପଂଜିକରଣ ବି ଛାଡ,କାଳିଆ ଯୋଜନା,ବିଜୁ ସେତୁ ଯୋଜନା ସାମ୍ବାଦିକଙ୍କ ଗୋପବନ୍ଧୁ ବୀମା ଯୋଜନା,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା,ଅନୂସୂଚିତ ଜାତି ଓ ଜନଜାତି ପିଲାଙ୍କ ଇଂଲିଶ ବିଦ୍ୟାଳୟରେ ପାଠ ପଢ଼ିବାପାଇଁ ଅନ୍ବେଷ ଯୋଜନାରେ ବର୍ଷକୁ ପ୍ରତିଟି ପିଲା ପଛେ ୧୧ ହଜାର ଟଙ୍କା ରାଶି,ଵେଙ୍କ ମିତ୍ର,ସ୍ବଛ ମିତ୍ର,ପ୍ରତି ଉପଖଣ୍ଡରେ ଆହାର କେନ୍ଦ୍ର ଖୋଲିବା,କଳାକାର ଭତ୍ତା ପ୍ରଦାନ,ଜନଜାତି କୁ ଜଙ୍ଗଲ ଜମି ଅଧିକାର,ମିଶନ ଶକ୍ତି ତରଫରୁ ମହିଳାଙ୍କୁ ତାଲିମ,ଋଣ ସହାୟତା, ଦକ୍ଷତା , ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ,ଖେଳ ପଡିଆ ବିକାଶ, ମନ୍ଦିର, ମସଜିଦ,ଚର୍ଚ ରୂପାନ୍ତିକରଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ,ସ୍ବଛରେ ନିଯୁକ୍ତି ପାଇଥିବା ମହିଳାଙ୍କୁ ସ୍କୂଟି,ମିଶନ ଶକ୍ତି କେଫ,ଲେମ୍ପରେ ଧାନ କ୍ରୟ କରିବା,ଖାଉଟି ବିକ୍ରୟ କେନ୍ଦ୍ର,ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ଵ ,ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ଵ,ଆହାର କେନ୍ଦ୍ର ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ଵ ସମେତ ବହୁ କିଛି ଜନ କଲ୍ୟାଣ ଯୋଜନା କରିଛନ୍ତି ।ସେହିପରି ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାନ୍ତାଳୀ ଆଇନ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ସମାଧି ସ୍ଥଳକୁ ବିଶ୍ବ ସ୍ତ୍ରରୀୟ ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ୧୦ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ,ବହଳଦା ବ୍ଳକର ଵହଳଦା- ଝରାଡିହି ଦେଇ ଝାଡ଼ଖଣ୍ଡ କୁ ସଂଯୋଗ କରୁଥିବା ନାଇଲନ ଘାଟି ନିର୍ମାଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ,ରାଜ୍ୟର ୩ ଲକ୍ଷ ୫୦ ହଜାର ଗୋଷ୍ଠୀର ସଦସ୍ୟା ମାନଙ୍କୁ ୧୧,୩୦୦ କୋଟି ଟଙ୍କା ବିନା ସୁଧରେ ଋଣ ମଂଜୁର, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ୫ ଟି ରେ ଅନ୍ତର୍ଭୁକ୍ତ,, ଵାମନଘାଟି ଉପଖଣ୍୍ଡର ଯୁବକ,ଯୁବତୀଙ୍କ ପାଇଁ ରୋଜଗାର ବ୍ୟବସ୍ଥା ପାଇଁ ରାଇରଙ୍ଗପୁର ସହରକୁ ଲାଗି କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ( ଏସ ଏସ ଏମଇ) ପାର୍କ ପାଇଁ ଆଶୁ ବ୍ଯବସ୍ଥା, ରାଇରଙ୍ଗପୁର ସହରକୁ ୩୭ କୋଟି ବ୍ୟୟ ଅଟକଳରେ ମିନେରାଲ ଓ୍ବାଟର ଭଳି ସ୍ୱଚ୍ଛ ପାଣି( ମୋ ସ୍ବପନର ଟେପ୍ ପାଣି) ବ୍ୟବସ୍ଥା, ରାଇରଙ୍ଗପୁର ବ୍ଳକରେ ପିଇବା ପାଣି ପାଇଁ ୨୨୦ କୋଟି ଟଙ୍କା,,ଵହଳଦା ବ୍ଳକ ପାଇଁ ୬୦ କୋଟି ଟଙ୍କା,,ଜାମଦା ବ୍ଳକ ପାଇଁ ୫୦ କୋଟି ଟଙ୍କା ଏବଂ ତିରିଂ ବ୍ଳକ ପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।ବିକାଶ ପଥରେ ରାଇରଙ୍ଗପୁରନିର୍ବାଚନ ମଣ୍ଡଳୀ ଆଗକୁ ଆଗ ମାଡ଼ି ଚାଲିବ ବୋଲି ୫ ଟି ସଚିବ ହସ ହସ ମୁଖରେ କହିଥିଲେ । ମୟୂରଭଞ୍ଜ ବାସୀଙ୍କୁ ୧୫ ବର୍ଷ ତଳେ କଲେକ୍ଟର ହୋଇ ଆସିଥିଲେ ଏବେ ମଧ୍ୟ ମୟୂରଭଞ୍ଜ ବାସୀଙ୍କ ପାଇଁ ତାଙ୍କ ହୃଦୟ ସବୁବେଳେ ଖୋଲା ଅଛି ।ଶଙ୍ଖ ଓ ହୁଳହୁଳି ରେ କମ୍ପି ଉଠିଥିଲା ମଂଚ ।


