ଟି ଶିବିର ଅଦାଲତଗୋବିନ୍ଦପୁର ପଞ୍ଚାୟତରେ ଗ୍ରାମ୍ୟ ନ୍ୟାୟାଳୟ ପକ୍ଷରୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଗଜପତି ସୀମାନ୍ତ ତଥା ସାନଖେମୁଣ୍ଡି ବ୍ଲକ୍ ର ଆଦିବାସୀ ଅଧ୍ୟୁଷିତ ଟି ଗୋବିନ୍ଦପୁର ପଞ୍ଚାୟତ ରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ପକ୍ଷରୁ ଦିନିକିଆ ଶିବିର ନ୍ୟାୟାଳୟ ଅନୁଷ୍ଠିତ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କ୍ୟାମ୍ପ୍ କୋର୍ଟ ଶିବିର ଅଦାଲତ ଗ୍ରାମ୍ୟ ନ୍ୟାୟାଳୟ ବିଚାରପତି ସୋରେନ ବସ୍ତିଆ ଏହି ପଞ୍ଚାୟତ ମଧ୍ୟରେ ଥିବା ନ୍ୟାୟିକ ମାମଲାର ବିଚାରଣା କରିଥିଲେ। ଶିବିର ଅଦାଲତରେ ୭ ଟି ମାମଲା ର ସାକ୍ଷୀ ଶୁଣାଣୀ ହୋଇଥିବା ସ୍ଥଳେ ତନ୍ମଧ୍ୟରୁ ଦୁଇଟି ମାମଲା ଅନ୍ତିମ ଶୁଣାଣୀ ହୋଇ ସମାପ୍ତି ହୋଇଥିଲା। ସରପଞ୍ଚ କବିତା ଗମାଙ୍ଗ ସମିତି ସଭ୍ୟା ଉର୍ବୀ ଦଳେଇ ପ୍ରମୁଖ ସହଯୋଗ କରିଥିବା ବେଳେ ସରକାରୀ ଓକିଲ ଦୀପକକୁମାର ସେଠୀ ଏ ପି ପି ସତ୍ୟନାରାୟଣ ରଥ ବରିଷ୍ଠ ଓକିଲ ସୁରେଶଚନ୍ଦ୍ର ସାହୁ ଚନ୍ଦ୍ରଧ୍ଵଜ ସିଂ ପ୍ରଭାକର ରାଉତ ପ୍ରଶାନ୍ତ କୁମାର ଡ଼ାକୁଆ ରବୀନ୍ଦ୍ରନାଥ ଡାକୁଆ ବିଜୟକୁମାର ପ୍ରଧାନଙ୍କ ସମେତ ଆଇନଜୀବୀ ମାନେ ମାମଲା ପରିଚାଳନା କରିଥିଲେ। ପୋଡ଼ାମାରି ପୋଲିସ ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ଉପସ୍ଥିତ ଥିଲେ।


