ଟୁଇନ ସିଟିରେ ଚାଲିବ ମେଟ୍ର ଟ୍ରେନ !

ପଞ୍ଚମଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହେବାପରେ ନବୀନ ପଟ୍ଟନାୟକ ଆଜି ଷୋଡଶ ବିଧାନସଭାର ପ୍ରଥମ ଅଧିବେସନ ବସିଛି । ସମ୍ବିଧାନର ରମ୍ପରା ଅନୁସାରେ ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ସରକାରଙ୍କର ଚିଠା ପ୍ରସ୍ତାବ ରଖନ୍ତି । ସେହିଅନୁସାରେ , ଆଜି ନିଜ ଅବିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଓଡିଶା ବାସୀଙ୍କୁ ନୂଆ ସ୍ୱପ୍ନ ଦେଖାଇଛନ୍ତି । ସେ କହିଛନ୍ତ ଯେ, ଓଡିଶାର ଦୁଇ ଗୁରୁତ୍ୱପୁର୍ଣ୍ଣ ସହର କଟକ ଓ ଭୁବନେଶ୍ୱରକୁ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଖୁବ ଶୀଘ୍ର ଏହି ମହତାକାଂକ୍ଷୀ ପ୍ରକଳ୍ପ ପାଇଁ ରାଜ୍ୟସରକାର ଆଗଭର ଅଛନ୍ତି । ଏନେଇ ରାଜ୍ୟାସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହା ଚାଲିବ ଦ୍ୱାରା ଦୁଇ ସହର ମଧ୍ୟରେ ଯୋଗାଯୋଗ ଆହୁରି ସହଜ ହୋଇପାରିବ । ସେହିପରିି ଆଗାମୀ ଦିନରେ ବିଜୁ ଏକ୍ସପ୍ରେସ ୱେ ଦ୍ୱାରା ଓଡିଶାର ସମସ୍ତ ସହରକୁ ଯୋଗାଯୋଗ ସୁଗମ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ