ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେସନ

ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ମୌସୁମୀକଳିନ ଅଧିବେସନ । ଅଧିବେସନ ଆରମ୍ଭରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲୀଲ ଅଭିଭାଷଣ କରିବା ପର୍ବରୁ ଦିବଗଂତ ବରିଷ୍ଠ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲ ପୁଲୱାମାରେ ସହୀଦ ହୋଇଥିବା ଅଜିତ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ଏହା ପରେ ବିଜଡି ସରକାରର ୫ବର୍ଷର ସଫଳତା ଓ ଆଗାମୀ ବ୍ର୍ ପାଇଁ ସରକାରଙ୍କ ଯୋଜନା ସଂପର୍କରେ ତଥ୍ୟ ରଖିଥିଲେ ରାଜ୍ୟପାଳ । ସେ କହିଥିଲେ ବିଶ୍ୱରେ ସର୍ବବୃହତ୍ତ ଗଣତନ୍ତ୍ର ରଷ୍ଟ୍ର ଭାରତର ଚଳିତ ବର୍ଷ ସାଧାରଣ ନିର୍ବାଚନ ଅବାଧ , ନିରପେକ୍ଷ ଓ ଶାନ୍ତିପୁର୍ଣ୍ଣ ଭାବେ ଶେଷ ହୋଇଛି ଓ ଏହି ଜନାଦେଶରେ ସମସ୍ତ ଓଡିଆ ବାସୀ ସାମିଲ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଚନ୍ତି । ଆଉ ତା ସହିତ ମେ ୩ ତାରିଖରେ ଉପକୂଳବର୍ତ୍ତିର ଓଡିଶାରେ ପ୍ରଳୟ ସୃଷ୍ଟି କରିଥିବା ସାଦ୍ଦ୍ିକ ଝଡ ଫୋନୀର ସମ୍ମୁଖୀନ ହୋଇଥିଲା ଓଡିଶା । ସେ କହିଥିଲେ , ମାତ୍ର ୩୨୪ ଘଣ୍ଟାରେ ୧୪ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଆମ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ରାଜ୍ୟବାସୀଙ୍କ ସମସ୍ତ ଆଶା ଓ ଆଶଙ୍କା ପୁରଣ କରିବା ମୋ ସରକାର ଗୁରୁତ୍ୱ ଦେଇଆସିଛି । ରାଜ୍ୟରେ ୫ମ ଥର ପାଇଁ ମୋ ସରକାର ଉପରେ ଓଡିଶାର ସାଧାରଣ ଜନତା ଆସ୍ଥା ପ୍ରକଟ କରିଛନ୍ତି । ସବୁଠାରୁ ଗୁରୁତ୍ୱ ପୁର୍ଣ୍ଣ କଥା ହେଲା ଆମ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ସବୁରାଜ୍ୟ ପାଇଁ ଆଦର୍ଶ ପାଲଟିଛି । ଗାଁ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ମହିଳା ସଂଗଠନ ଗୁଡିକୁ ପ୍ରାଥମିକତା ଦେଇଛନ୍ତି ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ