କିଶୋର ନ୍ୟାୟ ଓ ବାଧ୍ୟତା ମୁଲକ ଶିକ୍ଷାଧିକାର ଆଇନ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ସଭା ଗୃହ ଠାରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କିଶୋର ନ୍ୟାୟ ଓ ବାଧ୍ୟତାମୂଳକ ଶିକ୍ଷାଧିକାର ଆଇନ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲା ଦୌରାଜଜ୍ ବିଶ୍ୱଜିତ୍ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିବା ସହ ପିଲାମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ବିଭିନ୍ନ ନିୟମ ଓ ଆଇନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେହିପରି ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲାଜଜ୍ ଅରୁଣ କୁମାର ସାହୁ ଯୋଗଦେଇ କିଶୋର ନ୍ୟାୟ ଆଇନର ବିଭିନ୍ନ ଦିଗ ଉପରେ କିପରି ସଚେତନ ହେବା ଆବଶ୍ୟକ ସେ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟତଃ ଶିଶୁ ମାନଙ୍କର ସୁରକ୍ଷା ଓ ଅଧିକାର ପାଇଁ ବିଭିନ୍ନ ଆଇନ ବ୍ୟବସ୍ଥା ଏବଂ ଶିଶୁ ମାନଙ୍କର ଶିକ୍ଷା ବ୍ୟବସ୍ଥା ପାଇଁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଏହି ଶିବିରରେ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସମ୍ପାଦିକା ଦୀପା ଦାସ, କୋର୍ଟ ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ ସବ୍ଜଜ୍ ବ୍ୟାମକେଶ ନାୟକ, ଏସ୍.ଡି.ଜେ.ଏମ୍. ଚନ୍ଦ୍ରାଭାସ ବେହେରା, ଜେ.ଏମ୍.ଏଫ୍.ସି. ସୁମିତ୍ରା କୁମାରୀ ଦାସ ପ୍ରମୁଖ ଉପସ୍ଥିତଥିଲେ । ସେହିପରି ଜିଲା ଶିଶୁ କଲ୍ୟାଣ ସମିତିର ସଦସ୍ୟା ଅଳକା ସାହୁ, ଜେ.ପି. ବଡତ୍ୟା, ଅନିତା ମିଶ୍ର ପ୍ରମୁଖ ଉପସ୍ଥିତଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସୁଦର୍ଶନ ରାଓ ତତ୍ୱାବଧାନ କରିଥିଲେ ।


