ଟ୍ରାକ୍ଟର ବାଇକ ଧକ୍କାରେ ୨ ଆହାତ; ଜଣେ ଗୁରୁତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ନିକଟସ୍ଥ ଟାଙ୍ଗିଲିପଦର ଠାରେ ଟ୍ରାକ୍ଟର ବାଇକ ଧକ୍କା ହୋଇଛି । ଯାହାରି ଫଳରେ ବାଇକରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଆହାତ ଥିବା ବେଳେ ଜଣେ ଗୁରୁତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଚନ୍ଦ୍ରଗିରି ପଟୁ ଏକ ବାଇକ ନଂ (ଓଡି ୦୭ ଏଜି ୪୭୬୦ ୩) ରା.ଉଦୟଗିରି ପଟେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରାକ୍ଟର (ଓଆର ୨୦ ୮୮୮୬) ତିବତ କଲୋନୀ ଭିତରକୁ ଜିବା ସମୟରେ ବାଇକଟି ଧକ୍କା ଦେଇଥିଲା । ଯାହାରି ଫଳରେ ଜାତୀୟ ରାଜପଥରେ ୩ ଜଣ ବାଇକ ଆରୋହୀ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଆହାତ ଓ ଗୁରୁତ ମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଆନଦି ନାୟକ (୨୫) ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିଲା । ଘଟଣାସ୍ଥଳକୁ ମୋହନା ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ଲୋକେ ଉଦ୍ଧାର କରିଥିଲେ ବାଇକ ଆରୋହୀମାନଙ୍କୁ ।


