ଟ୍ରାନ୍ସଫରମରେ ଲାଗି ୫ ମଇଁଷି ମୃତ
କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଗୁରୁଣ୍ଠି ସ୍ଥିତ ପଞ୍ଚୁ ମନ୍ଦିର ନିକଟସ୍ଥ ରାଇସମିଲ୍ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫରମରେ ଲାଗି ୫ ମଇଁଷିଙ୍କ ମୃତ୍ୟୁ ହୋଇଛି । ମିଳିଥିବା ଖବର ଅନୁଯାୟୀ ଟ୍ରାନ୍ସଫରମର ନିକଟରେ ମଇଁଷି ଗୁଡିକ ଚରୁଥିବା ସମୟରେ ହଠାତ ଗୋଟିଏ ମଇଁଷି ଟ୍ରାନ୍ସଫରମର ବିଦ୍ୟୁତ୍ ସ୍ପଷର୍ଶରେ ଆସିଥିଲା । ବିଦ୍ୟୁତରେ ଲାଗି ମଇଁଷିଟି ରଡି ଛାଡିବା ସମୟରେ ଅନ୍ୟ ସାଥି ମଇଁଷି ଗୁଡିକ ମଇଁଷି ନିକଟକୁ ଆସି ମୋଟ ୫ ମଇଁଷିଙ୍କ ମୃତ୍ୟୁ ହୋଇଛି । ସମସ୍ତ ମଇଁଷି ରବି ପାତ୍ରଙ୍କର ବୋଲି ଜଣାପଡିଛି । ମୁକୁଳା ଟ୍ରାନ୍ସଫରମର ହୋଇଥିବାରୁ ଅକାଳରେ ଚାଲିଗଲା ୫ ପଶୁଙ୍କ ନିରିହ ଜୀବନ ।


