ଟ୍ରାଫିକ୍ ପୁଲିସର ଜରିମାନା ଭୟରେ ଅଦ୍ଭୁତ ଉପାୟ ଆପଣାଇଲେ ଇନସ୍ୟୁରାନ୍ସ ଏଜେଣ୍ଟ

ନୂଆ ମୋଟରଯାନ ନିୟମ ପରେ ପୁଲିସ- ପବ୍ଲିକ ମଧ୍ୟରେ ଛକାପଞ୍ଝା ଚାଲିଛି । ନିୟମରେ ଟିକେ ଭୁଲ ହେଲେ ସମସ୍ତଙ୍କୁ ଜରିମାନା ଦେବାର ଭୟ ଘାରିଛି । ତେଣୁ ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢ଼ିବାକୁ କେହି ଚାହୁଁନାହାନ୍ତି । ସେପ୍ଟେଟର ୧ ପରେ ଜରିମାନା ଡରରେ କିଏ ଗାଡି ଜାଳି ଦେଉଛି ତ ଆଉ କିଏ ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ନ୍ୟାୟରେ ଜରିମାନା ପଡ଼ିବା ପରେ ରାସ୍ତାରେ ଗାଡ଼ି ଛାଡ଼ି ପଳାଉଛି । ତେବେ ଏତିକି ବେଳେ ସାମ୍ନାକୁ ଆସିଛି ଡକ୍ୟୁମେଣ୍ଟ ମ୍ୟାନଙ୍କ କାହାଣୀ । ଯାହାଙ୍କୁ ଟ୍ରାଫିକ ପୁଲିସ ଧରିବା ପୂର୍ବରୁ ସେ ନିଜ ହେଲମେଟରେ ଗାଡିର ସବୁ କାଗଜ ପତ୍ର ଚିପକେଇ ବୁଲୁଛନ୍ତି । ଗୁଜୁରାଟ ଭଦୋଦରାର ରାମ ଶାହା ପେସାରେ ଜଣେ ଇନସ୍ୟୁରାନ୍ସ ଏଜେଣ୍ଟ୍ । ନୂଆ ନିୟମ ଲାଗୁ ପରେ କାଳେ ଟ୍ରାଫିକ ହାବୁଡରେ ପଡିଲେ ଜରିମାନା ଗଣିବାକୁ ପଡିବ । ତେଣୁ ସେ ନିଜ ହେଲମେଟରେ ସବୁ କାଗଜପତ୍ର ଲଗାଇ ବୁଲୁଛନ୍ତି । ହେଲ୍ମେଟ୍ ଉପରେ ଡ୍ରାଇଭିଂ ଲାଇସେନ୍ସ, ଗାଡି ଇନସ୍ୟୁରାନ୍ସ, ଆର୍ସି ଏବଂ ପ୍ରଦୂଷଣ ସାର୍ଟିଫିକେଟ ଲଗାଇ ବୁଲୁଛନ୍ତି । ତେବେ ଜରିମାନା ଜାଲରୁ ବର୍ତ୍ତିବାକୁ ରାମ ଶାହା ଏଭଳି ଅଭିନୟ ଉପାୟ ଆପଣେଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ