ଟ୍ରାଫିକ୍ ସମସ୍ୟା ପାଇଁ ତିଆରି କଲେ ହେଲିକପ୍ଟର

ଦିନକୁ ଦିନ ରାସ୍ତାଘାଟରେ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି । ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବାରୁ ଲୋକେ ଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି । ଏଥିରୁ ରକ୍ଷାପାଇବା ପାଇଁ ଜଣେ ବ୍ୟକ୍ତି ନିଜେ ହେଲିକପ୍ଟର ତିଆରି କରୁଛନ୍ତି । ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ରହୁଥିବା ଜଣେ ବ୍ୟକ୍ତି ଏପରି ଭିନ୍ନ ଏକ ତରିକା ଆପଣାଇଛନ୍ତି । ପ୍ରତିଦିନ ଟ୍ରାଫିକ୍ ଜାମ୍‌ରେ ଫଶି ରହୁଥିବା ଏହି ବ୍ୟକ୍ତି ବିରକ୍ତି ପ୍ରକାଶ କରି ଶେଷରେ ନିଜେ ଏକ ହେଲିପକ୍ଟର ତିଆରି କରୁଛନ୍ତି । ଫଳରେ ସେ ଆଉ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏହି ବ୍ୟକ୍ତିଙ୍କ ନାମ ଜୁଜୁନ୍ ଜୁନୈଦୀ । ସେ ଏକ ଅଟୋ ମରାମତି ଦୋକାନର ମାଲିକ ଅଟନ୍ତି । ଏକ ରିପୋର୍ଟ ଅନୁସାରେ, ୮ମିଟର ଲମ୍ବ ବିଶିଷ୍ଟ ଏହି ହେଲିକପ୍ଟର ତିଆରି ପାଇଁ ତାଙ୍କୁ ବର୍ଷକରୁ ଅଧିକ ସମୟ ଲାଗିଲାଣି । ସେ କୁହନ୍ତି, ୨୦୨୦ ଶେଷ ବେଳକୁ ଏହାର ତିଆରି ସରିଯିବ । ୪୨ ବର୍ଷୀୟ ଜୁଜୁନ୍ ହେଲିକପ୍ଟର ଇଞ୍ଜିନ୍ କାମ ଶେଷ କରିଛନ୍ତି । ଏଥିରେ ୭୦୦ ସିସି, ୧୪ ହର୍ସପାୱାର ବିଶିଷ୍ଟ ଗାର୍ଡ ଏବଂ ୭୭ ଜିଏମ୍ ବିଶିଷ୍ଟ ଜେନେରେଟର ବ୍ୟବହାର କରାଯାଇଛି । ଏହି କାମରେ ତାଙ୍କୁ ପୁଅ ଏବଂ ବନ୍ଧୁ ସାହାଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ଉକ୍ତ ହେଲିକପ୍ଟର ତିଆରିରେ ୧.୫୨ ଲକ୍ଷ ଟଙ୍କା ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇସାରିଲାଣି । ଜୁଜୁନ୍ କୁହନ୍ତି, ହେଲିକପ୍ଟର ତିଆରି କରିବା ପ୍ରେରଣା ଇଣ୍ଡୋନେସିଆର ଟ୍ୟାକ୍ସି ସଂଘ ପକ୍ଷରୁ ମିଳିଛି । କାରଣ ଜୁଜୁନ୍‌ଙ୍କ ପାଖରେ ଏତେ ଅର୍ଥ ନାହିଁ । ତେଣୁ ଏହି ସଂଘ ପକ୍ଷରୁ ଯାହା କିଛି ଆର୍ଥିକ ସହାୟତା ମିଳୁଛି ସେସବୁ ଏକାଠି କରି ସେ ହେଲିକପ୍ଟର ତିଆରିରେ ଖର୍ଚ୍ଚ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ