ସମ୍ମାନ ପାଇଁ ଚରମ ପଦକ୍ଷେପ ନିଏ ମଣିଷ

ଲୋକେ ନିଜର ଆତ୍ମସମ୍ମାନକୁ ବହୁତ ଗୁରୁତ୍ୱ ଦିଅନ୍ତି । ଏପରି କି ନିଜ ସମ୍ମାନରକ୍ଷା ପାଇଁ ଲୋକେ କୌଣସି ସ୍ତରକୁ ବି ଯାଇପାରନ୍ତି । ଜଣେ ବ୍ୟକ୍ତି ଭାବମୂର୍ତ୍ତି ରକ୍ଷାଲାଗି ଅନ୍ୟକୁ ହତ୍ୟା କରିପାରେ କିମ୍ବା ନିଜ ସମ୍ମାନ ରକ୍ଷା ପାଇଁ ଲୋକେ କିପରି ଚରମ ପଦକ୍ଷେପ ନେଇପାରନ୍ତି ତା’କୁ ନେଇ ଇତିହାସରେ ଅନେକ ଦୃଷ୍ଟାନ୍ତ ରହିଛି । ଆତ୍ମମର୍ଯ୍ୟାଦା ସମ୍ପର୍କିତ ପୂର୍ବ ଅଧ୍ୟୟନଗୁଡ଼ିକରେ ମିଳିଥିବା ତଥ୍ୟ ଆଧାରରେ ଆମେରିକାର ଫ୍ଲୋରିଡା ୟୁନିଭର୍ସିଟି ଗବେଷକମାନେ କେତେକ ଜାଲ୍ ପରୀକ୍ଷା କରି ସେସବୁକୁ ଅନୁଶୀଳନ କରିଥିଲେ । ଏଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ଲୋକେ ନିଜ ଗର୍ବ, ସମ୍ମାନ ଓ ଭାବମୂର୍ତ୍ତିକୁ ସବୁଠୁ ବେଶି ଗୁରୁତ୍ୱ ଦିଅନ୍ତି । ନିଜ ମୁଣ୍ଡରେ ସ୍ୱସ୍ତିକ ଚିହ୍ନଯୁକ୍ତ ଟାଟୁ ଲଗାଇବା ଓ ହାତ କାଟିବା ମଧ୍ୟରୁ କେଉଁଟାକୁ ସେମାନେ ପସନ୍ଦ କରିବେ ବୋଲି ପ୍ରଶ୍ନ କରାଯାଇଥିଲା । ଅଧିକାଂଶ ଲୋକ ହାତ କାଟିବାକୁ ଚାହିଁବେ ବୋଲି ଉତ୍ତର ଦେଇଥିଲେ । ସୋସିଆଲ ଫିଜିକାଲ ଆଣ୍ଡ ପର୍ସନାଲିଟି ସାଇନ୍ସ ଜର୍ନାଲରେ ଏହି ଅଧ୍ୟୟନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ