ଟ୍ରେନରେ କଟି ବୃଦ୍ଧ ଗୁରୁତର

ସିିକିନ୍ଦରାବାଦ,(ଯୁଗାବ୍ଦ ନ୍ୟୁଜ୍‌) : ଟ୍ରେନ ଇଷ୍ଟକୋଷ୍ଟ ରେଲୱେ ଗୁରୁବାର ହାଇଦ୍ରାବାଦ ଠାରୁ ହାୱାଡା ଗସ୍ତ କରିଥିବା ବେଳେ ସିକିନ୍ଦରାବାଦ ନିକଟରେ ଏକ ଦୁଖଦ ଘଟଣା ଘଟିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଇଷ୍ଟକୋଷ୍ଟ ଟ୍ରେନ୍ ସିକିନ୍ଦରାବାଦ ନିକଟରେ ରହିଥିବା ବେଳେ ହଠାତ୍ ଟ୍ରେନଟି ଛାଡିଥିଲା ଏହି ସମୟରେ ଜଣେ ବୃଦ୍ଧା ଟ୍ରେନଟି ମନ୍ଥର ଗତିରେ ଯାଉଥିବା ସମୟରେ ହଠାତ୍ ବୃଦ୍ଧ ଜଣକ ଟ୍ରେନ ଲାଇନରେ ପଡି ଗୁରୁତର ଆହାତ ହୋଇଥିଲେ । ତାଙ୍କର ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣା ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୂର୍ଘଟଣା ଯୋଗଁ ଟ୍ରେନଟି ସିକିନ୍ଦରାବାଦ ନିକଟରେ ଅଟକି ରହିଥିଲା । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ