ଟିପୁ ଜୟନ୍ତୀ ପାଳନ ସମ୍ପର୍କରେ ରାଜ୍ୟ ସରକାର ପୁନଃ ବିଚାର କରନ୍ତୁ : କର୍ଣ୍ଣାଟକ ହାଇକୋର୍ଟ
କର୍ଣ୍ଣାଟକ : ଅଷ୍ଟାଦଶ ଶତାବ୍ଦୀ ମହିଷୂରର ଶାସକ ଟିପୁ ସଲତାନଙ୍କ ଜନ୍ମ ଜୟନ୍ତୀକୁ ଟିପୁ ଜୟନ୍ତୀ ଭାବେ ପାଳନ କରାଯାଉଥିବାବେଳେ ଏହାକୁ ବନ୍ଦ କରିବାକୁ କର୍ଣ୍ଣାଟକର ବିଜେପି ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହାକୁ ପୁନଃବିଚାର କରାଯାଉ ବୋଲି ଗୁରୁବାର କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କର୍ଣ୍ଣାଟକରେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱରେ ଗଠିତ ସରକାର ଟିପୁ ଜୟନ୍ତୀଙ୍କୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ନେଇଥିବା ବେଳେ ଏହାକୁ ବିରୋଧ କରି କେତେକ ସମାଜିକ କର୍ମୀ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ତେଣୁ କର୍ଣ୍ଣାଟକ ହାଇକୋର୍ଟ ଗୁରୁବାର ଏହାର ଶୁଣାଣି କରି ରାଜ୍ୟ ସରକାର ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


