ସ୍କାଉଟ ଓ ଗାଇଡସ ପ୍ରତିଷ୍ଠା ଦିବସ ପାଳିତ
ବ୍ରହ୍ମପୁର , (ଯୁୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ କେ.ସି ପବ୍ଲିକ ସ୍କୁଲ ପରିସରରେ ଭାରତ ସ୍କାଉଟ ଓ ଗାଇଡ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡଃ. ସନାତନ ପଣ୍ଡାଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂପାଦକ ଶ୍ରୀ ଭାଗିରଥୀ ସ୍ୱାଇଁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରିନ୍ସପାଲ ଅଶୋକ କୁମାର ମିଶ୍ର ଉଦଘାଟନ କରିଥିଲେ । ଏହି ସମାରୋହରେ କେ.ସି ପବ୍ଲିକ ସ୍କୁଲର ୩୫ଜଣ ବିଦ୍ୟାର୍ଥୀ ଗାଇଡ ଓ ୧ ୧ ଜଣ ସ୍କାଉଟରେ ଯୋଗଦେଇଥିଲେ । ଏହାସହ ସ୍କାଉଟ ଓ ଗାଇଡସ ପକ୍ଷରୁ ଏକ ଜନସଚେତନତା ରାଲି ବାହାରି ଟାଟାବେଞ୍ଜ ଛକ , କମାପଲ୍ଲୀ , ଅନନ୍ତନଗର ଆଦି ସ୍ଥାନ ପରିକ୍ରମା କରିଥିଲା । ଉକ୍ତ ରାଲିରେ ବ୍ରହ୍ମପୁର ମ୍ୟୁନିସପାଲିଟର ବିଭିନ୍ନ ବିଦ୍ୟାଳୟରୁ ୧୩୦ଜଣ ସ୍କାଉଟ ଓ ଗାଇଡସ ଏବଂ ୨୦ଜଣ ସ୍କାଉଟ ମାଷ୍ଟର ଓ ଗାଇଡସ କ୍ୟାପଟେନ ଯୋଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଦେଶ ଗଠନରେବ୍ରତୀ ହେବାକୁ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରଜକିଶୋର ଦାସ , ରାଜେଶ ପାତ୍ର , ଶ୍ରୀନୁ ପାତ୍ର , ଶମ୍ଭୁପ୍ରିୟା ରାଉତ , ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।


