ଠାକୁର ଘରେ ରଖନ୍ତୁ ନାହିଁ ଏହି ଚାରୋଟି ମୂର୍ତ୍ତି
ଘର ନିର୍ମାଣ କରିବାବେଳେ ଆମେ ବା ସାଧାରଣତଃ ବାସ୍ତୁକୁ ଗୁରୁତ୍ୱ ଦିଆଯାଏ । ଶୋଇବା ଘର କେଉଁ ଦିଗରେ ରହିବ, ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବ ସବୁ ବାସ୍ତୁ ଅନୁସାରେ ନିର୍ଦ୍ଧାରିତ ହୁଏ । ଠାକୁର ଘରର ପବିତ୍ରତା ବଜାୟ ରଖିବା ପାଇଁ ଏଠାରେ ଯେମିତି କୌଣସି ବାସ୍ତୁ ଦୋଷ ନ ରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହା ଘରର କେଉଁ ସ୍ଥାନରେ ଓ କେଉଁ ଦିଗରେ ରହିବ ଏବଂ ଏହା ପାଖରେ କ’ଣ ରହିବା ଉଚିତ ନୁହେଁ ସେ ନେଇ ପରାମର୍ଶ ନିଆଯାଏ । ତେବେ କେବଳ ଏତିକି ଯଥେଷ୍ଟ ନୁହେଁ । ଠାକୁର ଝରେ କେଉଁ ମୂର୍ତ୍ତି ରଖିବା ଉଚିତ ଓ ଉଚିତ ନୁହେଁ ତାହା ବି ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ଆପଣଙ୍କୁ କହିବୁ ଠାକୁର ଘରେ କେଉଁ ମୂର୍ତ୍ତି ରଖିଲେ ଅଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି ।ଭୈରବ ଦେବ:ଭଗବନ ଶିବଙ୍କ ଅବତାର କୁହାଯାଉଥିବା ଭୈରବ ଦେବତାଙ୍କ ମୂର୍ତ୍ତି ଘରେ ରଖନ୍ତୁ ନାହିଁ । ଭୈରବ ଦେବତା ତନ୍ତ୍ରମନ୍ତ୍ର ବିଦ୍ୟାର ଦେବତା ଅଟନ୍ତି । ତେଣୁ ତାଙ୍କ ଉପାସନା ଠାକୁର ଘରେ ନ କରି ବାହାରେ କରନ୍ତୁ । ନଟରାଜ:ଆପଣମାନେ ଅନେକ ଥର ନଟରାଜ ମୂର୍ତ୍ତିକୁ ଦେଖିଥିବେ । ଏହାକୁ ଦେଖିବାକୁ ଖୁବ ଆକର୍ଷଣୀୟ । କିନ୍ତୁ ଏହି ମୂର୍ତ୍ତିକୁ ଘରେ ରଖିବାର ଭୁଲ କରନ୍ତୁ ନାହିଁ । ଭଗବାନ ଶିବଙ୍କ ରୌଦ୍ର ରୂପ କ୍ରୋଧିତ ଅବସ୍ଥାରେ ହେଉଛି ନଟରାଜ ମୂର୍ତ୍ତି । ତାଙ୍କ ମୂର୍ତ୍ତିକୁ ଘରେ ରଖିଲେ ଅଶାନ୍ତି ଲାଗି ରହେ । ଶନିଦେବତା:ସୂର୍ଯ୍ୟ ପୁତ୍ର ଶନି ଦେବତାଙ୍କ ମୂର୍ତ୍ତିକୁ ପୂଜା ଘରେ ରଖନ୍ତୁ ନାହିଁ । ଶନି ଦେବତାଙ୍କୁ ପୂଜା କରୁଥିଲେ ମନ୍ଦିରକୁ ଯାଆନ୍ତୁ । ତାଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ ନାହିଁ । ରାହୁ କେତୁ: ଶନି ଦେବତାଙ୍କ ଭଳି ରାହୁକେତୁଙ୍କ ମୂର୍ତ୍ତି ପୂଜା ଘରେ କରନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ତିିନି ଜଣ ହେଉଛନ୍ତି ପାପୀ ଗ୍ରହ । ଏମାନଙ୍କୁ ପୂଜା କଲେ ଜୀବନରୁ କଷ୍ଟ ଅନେକାଂଶରେ ଦୂର ହୋଇଥାଏ । କିନ୍ତୁ ଏମାନଙ୍କ ମୂର୍ତ୍ତି ଠାକୁର ଘରେ ରଖିଲେ ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ ବୋଲି କୁହାଯାଏ ।


