ଡାକ୍ତରଖାନାରେ ବିବାହ କଲେ ଦମ୍ପତି

ଟେକ୍ସାସରେ ରହୁଥିବା ଦମ୍ପତିଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ଘରେ ବା କୌଣସି ବିବାହ ମଣ୍ଡପରେ ବିବାହ ନ କରି ଡାକ୍ତରଖାନରେ କ’ଣ ପାଇଁ ବିବାହ କଲେ, ସେ ପ୍ରଶ୍ନ ପ୍ରଥମେ ସମସ୍ତଙ୍କ ମନକୁ ଆସିଥିଲା । କିନ୍ତୁ ପ୍ରକୃତ କାରଣ ସାମ୍ନାକୁ ଆସିବା ପରେ ଏବେ ଦୁହିଁଙ୍କ କାମକୁ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ସୂଚନା ମୁତାବକ, ଆଲିୟାହ ଓ ମାଇକେଲ ଦୁହିଁଙ୍କ ବିବାହ ଦିନ ସ୍ଥିିର ହେବା ପରେ ମାଇକେଲଙ୍କ ବାପାଙ୍କ ଦେହ ଖରାପ ହୋଇ ଯାଇଥିଲା । ତାଙ୍କୁ ଡାକ୍ତରଖାନାରେ କିଛି ଦିନ ଭର୍ତ୍ତି ହୋଇ ରହିବା କଥା ଡାକ୍ତର ଜଣାଇବା ପରେ ବିବାହ ତାରିଖକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ମାଇକେଲ । କିଛି ଲୋକ ତାଙ୍କୁ ବିବାହ ତାରିଖ ଘୁଞ୍ଚାଇଦେବା ପାଇଁ ଉପଦେଶ ଦେଇଥିବାବେଳେ ମାଇକେଲ କିନ୍ତୁ ଧାର୍ଯ୍ୟ ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ପାଇଁ ସେ ପୂର୍ବ ସବୁ ପ୍ରସ୍ତୁତିକୁ ରଦ୍ଦ କରି ଡାକ୍ତରଖାନାରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବାପାଙ୍କ ଆଶୀର୍ବାଦ ସହ ବିବାହ କରିବାକୁ ଚାହୁଁଥିବାରୁ ଏଭଳି ବାଟ ଆପଣାଥିଲେ ମାଇକେଲ । ବିବାହ ଦିନ ଦୁହେଁ ଡାକ୍ତରଖାନରେ ପହଞ୍ଚି ଚାକଚକ୍ୟ ପୋଷାକ ପିନ୍ଧିବା ବଦଳରେ ଡାକ୍ତରଖାନା ପୋଷାକ ପିନ୍ଧି ବିବାହ କରିଥିଲେ । ଏବେ ଦୁହିଁଙ୍କ ଫଟୋ ଭାଇରାଲ ହେଉଥିବାବେଳେ ଫଟୋରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖାଯାଇଛି । ତେବେ ମାଇକେଲ ସାଧାରଣ ବିବାହ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମାଗିଥିବାବେଳେ ବିବାହ ଦିନ ପାଦ୍ରୀ ଓ କେକର ବ୍ୟବସ୍ଥା କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଯାହା ମାଇକେଲଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଫଟୋ ଭାଇରାଲ ହେବା ପରେ ମାଇକେଲଙ୍କ କାମକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ