ଡାକ୍ତର ଗୋପବନ୍ଧୁ ବେହେରାଙ୍କୁ ପୋଲସରା ସିଏଚସି ମୁଖ୍ୟ ଚିକିତ୍ସାଧିକାରୀ

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ସ୍ଥାୟୀ ମୁଖ୍ୟ ଚିକିତ୍ସାଧିକାରୀଙ୍କ ପଦବୀ ଖାଲି ପଡ଼ିଥିଲା । ଯାହା ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୋଲସରା ଡାକ୍ତରଖାନା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୋଲସରା ଡାକ୍ତରଖାନାରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ଗୋପବନ୍ଧୁ ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି । ପୋଲସରା ଡାକ୍ତରଖାନାରେ ବର୍ତ୍ତମାନ ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସାଙ୍ଗକୁ ୪ ଜଣ ଏମ୍.ବି.ବି.ଏସ୍ ଓ ଜଣେ ଠିକା ଡାକ୍ତରଙ୍କୁ ମିଶାଇ ମୋଟ ୬ ଜଣ ଡାକ୍ତର ଅଛନ୍ତି । ସେହିପରି ରୋଗୀଙ୍କ ସେବାର ଦାୟିତ୍ୱ ପାଇଁ ୬ ଜଣ ନର୍ସ ରହିବା ସ୍ଥଳେ ଅଛନ୍ତି ମାତ୍ର ୨ ଜଣ ନର୍ସ । ଯାହାକୁ ନେଇ ରୋଗୀମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବା ନେଇ ବାରମ୍ବାର ଆପତ୍ତି ଅଭିଯୋଗ ହେଉଅଛି । ସ୍ବାସ୍ଥ୍ୟ ସେବାର ଗୁରୁତ୍ୱକୁ ହୃଦୟଙ୍ଗମ କରି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ଯୁଦ୍ଧ କାଳୀନ ଭିତ୍ତିରେ ପୋଲସରା ଡାକ୍ତରଖାନାର ଚିକିତ୍ସାଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ପୋଲସରା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଡାକ୍ତର ଗୋପବନ୍ଧୁ ବେହେରା ଦାୟିତ୍ୱ ଭାର ଗ୍ରହଣ କରିବା ପରେ ରୋଗୀମାନେ କିପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ସରକାରଙ୍କ ମାଗଣା ଔଷଧ ପାଇ ପାରିବେ ସେଥିପାଇଁ ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ