ଡାକ ବିଭାଗ ପକ୍ଷରୁ ଗୋଳାବନ୍ଧ ପାଞ୍ଚ ତାରକା ଗ୍ରାମ ଘୋଷିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଆସିକ ପୂର୍ବ ଉପଖଣ୍ଡ ଡାକ ବିଭାଗ ପକ୍ଷରୁ ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମକୁ ପାଞ୍ଚ ତାରକା ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଗୋଳାବନ୍ଧ ଗ୍ରାମରେ ଆସିକା ପୂର୍ବ ଉପଖଣ୍ଡ ଡାକ ବିଭାଗ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଡାକ ନିରୀକ୍ଷକ ଲିଙ୍ଗରାଜ ପ୍ରଧାନ, ମେଇଲ ଓଭରସିଆର ପ୍ରଦ୍ୟୁମ୍ନ ବିଶ୍ୱାଳ, ଗୋଳାବନ୍ଧ ପଞ୍ଚାୟତ ସରପଞ୍ଚ ମଉନା ଜେନା, ସମିତି ସଭ୍ୟ ଜିତେନ୍ଦ୍ର କୁମାର ସ୍ୱାଇଁ ଓ ଗୋଳାବନ୍ଧ ଗ୍ରାମ୍ୟ କମିଟି ସଭାପତି ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ। ଗୋଳାବନ୍ଧ ଗ୍ରାମର ଜନସାଧାରଣ ଡାକ ବିଭାଗରେ ୩୯୦ ଖଣ୍ଡ ସଞ୍ଚୟ ଜମା ଖାତା, ୧୦୫ ଖଣ୍ଡ ସୁକନ୍ୟା ସମୃଦ୍ଧ ଯୋଜନା ଖାତା, ୧୩୭ ଖଣ୍ଡ ଗ୍ରାମୀଣ ଡାକ ଜୀବନ ବୀମା, ୧୧୮ ଖଣ୍ଡ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଓ ୧୮୮ ଖଣ୍ଡ ଆଇ.ପି.ପି.ବି. ଜମା ଖାତା ଖୋଲି ଗୌରବ ଆଣିପାରିଥିବା ଯୋଗୁଁ ଡାକ ବିଭାଗ ପକ୍ଷରୁ ଗୋଳାବନ୍ଧ ଗ୍ରାମକୁ ପାଞ୍ଚ ତାରକା ଗ୍ରାମ ଭାବେ ଘୋଷଣା କରିଥିଲେ। ଗୋଳାବନ୍ଧ ଶାଖା ଡାକପାଳ ଆନନ୍ଦ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ