ଡାଲମିଆ ସିମେଣ୍ଟ ଓ କାର୍ବନ କ୍ଲିନ ସଲ୍ୟୁସନ୍ ସହବନ୍ଧିତ
ନୂଆଦିଲ୍ଲୀ,:ଭାରତର ଅଗ୍ରଣୀ ସିମେଣ୍ଟ କମ୍ପାନୀ ଡାଲମିଆ ସିମେଣ୍ଟ ପକ୍ଷରୁ ତାମିଲନାଡୁ ସ୍ଥିତ ସିମେଣ୍ଟ ପ୍ଲାଣ୍ଟରେ ବାର୍ଷିକ ୫୦୦,୦୦୦ ଟନ କ୍ଷମତାର କାର୍ବନ କ୍ୟାପଚର ପ୍ଲାଣ୍ଟ ନିର୍ମାଣ କରିବାକୁ ଘୋଷଣା କରାଯାଇଛି । ଏଥିପାଇଁ କମ୍ପାନୀ ବ୍ରିଟେନର କାର୍ବନ କ୍ଲିନ ସଲ୍ୟୁସନ୍ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । କାର୍ବନ କ୍ଲିନ ସଲ୍ୟୁସନ୍ ଏହାର ସିଡିଆରମାକ୍ସ ପ୍ରଯୁକ୍ତିର ବ୍ୟବହାର କରି ସ୍ୱଳ୍ପ ମୁଲ୍ୟରେ କାର୍ବନ ଡାଇଅକ୍ସାଇଡ ଅଲଗା କରିବା ପ୍ରଯୁକ୍ତି ପାଇଁ ପ୍ରସିଦ୍ଧ ।
ବର୍ତ୍ତମାନ ଚାଇନା ଏବଂ ୟୁରୋପର କିଛି ସିମେଣ୍ଟ ପ୍ଲାଣ୍ଟରେ ଛୋଟ ଧରଣର କାର୍ବନ କ୍ୟାପଚର ପ୍ଲାଣ୍ଟ ବସାଯାଇଛି । ତେବେ ସିମେଣ୍ଟ ଉଦ୍ୟୋଗରେ ଆଜି ପର୍ଯ୍ୟନ୍ତ ଏତେ ବଡ କ୍ଷମତା ଘୋଷଣା କରାଯାଇନଥିଲା । ଅନ୍ୟ ଉଦ୍ୟୋଗ ମାନଙ୍କୁ ବା କେମିକାଲ ନିର୍ମାତା ମାନଙ୍କୁ ସିଧା ସଳଖ ବିକ୍ରି ଛଡା ଏହି ବୃହତ ପ୍ଲାଣ୍ଟରୁ ମିଳୁଥିବା କାର୍ବନ ଡାଇଅକ୍ସାଇଡ ର ବିଭିନ୍ନ ଉପଯୋଗ ଉପରେ ଅନୁସନ୍ଧାନ କରାଯିବ ।
ଡାଲମିଆ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହେନ୍ଦ୍ର ସିଂଘି କହିଛନ୍ତି, “ବର୍ତ୍ତମାନ ଜଳବାୟୁ ସଙ୍କଟର ସମାଧାନ ପାଇଁ ସମୟ ଆସିଛିି । ଏକ ପ୍ରଗତିଶୀଳ ଉଦ୍ୟେଗ ଭାବରେ ଡାଲମିଆ ସିମେଣ୍ଟ ୨୦୪୦ ସୁଦ୍ଧା କାର୍ବନ ନେଗେଟିଭ୍ ହେବା ପାଇଁ ପ୍ରତିଶୃତିବଦ୍ଧ । ସିମେଣ୍ଟ ଉତ୍ପାଦନ ବେଳେ କ୍ୟାପଚରିଂ ପ୍ରକ୍ରିୟା ମହତ୍ୱପୁର୍ଣ୍ଣ । ୨୦୪୦ ସୁଦ୍ଧା କାର୍ବନ ଶୁନ୍ୟ ହେବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଉପଯୋଗୀ ହେବ ।”


