ଡାଲମିଆ  ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ହିନ୍ଦୁସ୍ତାନୀ ଏଜେନ୍ସି ସମ୍ମିଳନୀ ପରିସରରେ ରାଜମିସ୍ତ୍ରୀ ଓ ଠିକାଦାର ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାଲମିଆ ସିମେଣ୍ଟ ପକ୍ଷରୁ ବୈଷୟିକ ମନ୍ତ୍ରୀ ଇଂ ଜିତୁ ପ୍ରକାଶ ରାଜ ଏବଂ ମାର୍କେଟିଂ ଅଫିସର ଫକିର ମୋହନ ବାରିକ ଯୋଗ ଦେଇଥିଲେ । ଉପସ୍ଥିତ ୫୦ ରୁ ଊର୍ଦ୍ଧ୍ବ ରାଜମିସ୍ତ୍ରୀ ଏବଂ ଠିକାଦାରଙ୍କୁ ଡାଲମିଆ ସିମେଣ୍ଟ ଗୁଣ୍ଡ ଏବଂ ବ୍ୟବହାର ଉପରେ ବିସ୍ତୃତ ଭାବରେ ବୁଝାଇବା ସହ ପ୍ରୋଜେକ୍ଟର ମାଧ୍ୟମରେ ସଚିତ୍ର ଦେଖାଇଥିଲେ । ଡାଲମିଆ ସିମେଣ୍ଟ ଉପଯୋଗୀତା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ  ।ଅନ୍ୟ ସିମେଣ୍ଟ ତୁଳନାରେ ଡାଲମିଆ ସିମେଣ୍ଟ କାହିଁକି ନିଆରା । ଶେଷରେ ହିନ୍ଦୁସ୍ତାନୀ ଏଜେନ୍ସୀ ମାଲିକ ବିକାଶ ଭୁତ ସମସ୍ତ ରାଜମିସ୍ତ୍ରୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ