ରାଜ୍ୟ କଂଗ୍ରେସ ଅନୁସୂଚିତଜାତି ପରାମର୍ଶଦାତା କମିଟି ସଦସ୍ୟା ହେଲେ ଡ. ସିପ୍ରା ମଲ୍ଲିକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କୁ ଓଡିଶା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ପରାମର୍ଶଦାତା କମିଟିର ସଦସ୍ୟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତ୍ତମ ଏହି ନିଯୁକ୍ତି ଦେଇଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ଏକପତ୍ର ମାଧ୍ୟମରେ ଜଣାଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିରେ ଜାତୀୟ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି, ରାଜନୈତିକ ପରାମର୍ଶ, ଦଳର ଆଭିମୁଖ୍ୟ, ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂଗଠନିକ ପ୍ରତିବଦ୍ଧତାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଏହି ନିଯୁକ୍ତି ଦିଆଯାଇଥିବା କୁହାଯାଇଛି। ଏହି ନିଯୁକ୍ତି ନିମନ୍ତେ ପୂର୍ବତନ ବିଧାୟିକା ଡ. ମଲ୍ଲିକ ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତ୍ତମଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ଏଥିପାଇଁ ଡ. ମଲ୍ଲିକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ