ଡିଜେଲ୍‌ ୮୪ ଟପିଲା

ଭୁବନେଶ୍ବର, (ଓ୍ବାଇଏନ୍ଏସ୍): ଦେଶରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ଦ୍ବିତୀୟ ଦିନ ପାଇଁ ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ବରରେ ଡିଜେଲ ଦର ଲିଟର ପିଛା ୮୪ ଟଙ୍କା ଟପି ୮୪ ଟଙ୍କା ୩ ପଇସାରେ ପହଞ୍ଚିଛି। ଗତଦୁଇ ଦିନ ମଧ୍ୟରେ ଡିଜେଲ ଦର ୬୯ ପଇସା ବଢ଼ିଛି। ସେହିଭଳି ପେଟ୍ରୋଲ ଦର ମଧ୍ୟ ଗତ ଦୁଇଦିନରେ ଭୁବନେଶ୍ବରରେ ୬୫ ପଇସା ବୃଦ୍ଧି ପାଇଛି ବୋଲି ଭାରତୀୟ ତୈଳ ନିଗମର ଏକ ପେଟ୍ରୋଲ ପମ୍ପ ଦରରୁ ଜଣାଯାଇଛି। ଏଥିଯୋଗୁ ପେଟ୍ରୋଲ ଦର ୮୭ ଟଙ୍କା ନିକଟତର (୮୬ ଟଙ୍କା ୯୮ ପଇସା) ହୋଇଛି। ଏହାପୂର୍ବରୁ ଶେଷଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ଗତମାସ ୨୭ ତାରିଖରେ ବୃଦ୍ଧି ପାଇଥିଲା। ଗତ ବୁଧବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧମେନ୍ଦ୍ର ପଧାନ ସୂଚନା ଦେଇଥିଲେ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଉପରେ ଲିଟର ପିଛା ୩୨ ଟଙ୍କା ୯୮ ପଇସାର ଉତ୍ପାଦନ ଶୁଳ୍କ ଲାଗୁ କରାଯାଉଥିବାବେଳେ ଦିଲ୍ଲୀରେ ବିକ୍ରି କର ବା ଭାଟ୍ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଟର ପିଛା ୧୯ ଟଙ୍କା ୫୫ ପଇସା ଆଦାୟ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ