ଡିଭାଇଡରରେ ଚଢିଲା ଯାତ୍ରୀବାହୀ ବସ : ୮ ଜଣ ଆହତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ସହରର ରାଣୀପଡା ନିକଟରେ ଏକ ଯାତ୍ରୀବାହୀ ବସ ସହରର ଡିଭାଇଡର ଉପରେ ଚଢ଼ି ଦୁର୍ଘଟଣା ଗ୍ରସ୍ତ ହେବା ଦ୍ୱାରା ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାରୁ ଜଣାପଡିଛି ଯେ ଏପ୍ରିଲ ୦୪ ତାରିଖ ଦିନ ଶ୍ୟାମାକାଳୀ ନାମକ ଯାତ୍ରୀବାହୀ ବସ ଆସିକା ରୁ ବାହାରି ପୋଲସରା ଆସୁଥିବା ବେଳେ ପୋଲସରା ସହର ଆରମ୍ଭ ରାଣିପଡା ନିକଟରେ ଥିବା ବଜାଜ ସୋରୁମ୍ ସମ୍ମୁଖରେ ରେ ଡିଭାଇଡର ଉପରକୁ ଚଢି ଷ୍ଟ୍ରିଟ ଲାଇଟ ପୋଲକୁ ଧକ୍କା ଦେଇଥିଲା । ଯାହା ଫଳରେ ବସ୍ ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଆଠ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୃତ ଗତିରେ ଗାଡି ଚଳାଇବା ଯୋଗୁଁ ନିୟନ୍ତ୍ରଣ ହରାଇ ଗାଡି ଚାଳକ ଡିଭାଇଡର ଉପରକୁ ଗାଡି ଚଢାଇ ଷ୍ଟ୍ରିଟ ଲାଇଟ ପୋଲକୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି । ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ