ପଣ୍ଡିତ ବଦ୍ରିନାରାୟଣ କରଙ୍କ ବିୟୋଗ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧିନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବାସିନ୍ଦା ତଥା ବରିଷ୍ଠ ପଣ୍ଡିତ, କର୍ମକାଣ୍ଡ ବିିଶାରଦ ଓ ଆଧ୍ୟାତ୍ମିକପ୍ରେମୀ ବଦ୍ରି ନାରାୟଣ କର (ବୟସ ପ୍ରାୟ ୭୨ ବର୍ଷ)ଙ୍କର ଅସୁସ୍ଥତାଜନିତ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ କର ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକପ୍ରେମୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ ଓ ଜ୍ୟୋତିଷଶାସ୍ତ୍ର ବିଶାରଦ ତଥା ବେଦବେଦାନ୍ତ ସହ ଜଡିତ ବିଦ୍ୱାନ ପଣ୍ଡିତ ରୂପେ ସମଗ୍ର ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବାସିନ୍ଦା ପରୋପକାରୀ ବ୍ୟକ୍ତି ତଥା ବିଦ୍ୱାନ ପଣ୍ଡିତ ବଦ୍ରି ନାରାୟଣ କରଙ୍କ ଅସୁସ୍ଥତାଜନିତ ଦେହାନ୍ତ ହୋଇଯାଇଥିବା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସନ୍ତୋଷ କୁମାର କର, ପୁତ୍ରବଧୂ ସ୍ମିତାରାଣୀ କର, ଭାଇ ହିମାଂଶୁ କର ଏବଂ ରବିନ୍ଦ୍ରନାଥ କର, ଭାଇବୋହୁ ରଂଜିତାରାଣୀ କର ଏବଂ ମାମି କରଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ବିଦ୍ୱାନ ପଣ୍ଡିତ ତଥା ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ଗ୍ରାମର ଜଣାଶୁଣା କର୍ମକାଣ୍ଡ ବିଶାରଦ ବଦ୍ରି ନାରାୟଣ କରଙ୍କ ଅସୁସ୍ଥତାଜନିତ ଦେହାନ୍ତ ହୋଇଥିଲା ବେଳେ ତାଙ୍କର ବିୟୋଗରେ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ସଂପାଦକ ଉପେନ୍ଦ୍ରନାଥ ମିଶ୍ର, ସମାଜସେବୀ ସୁନିଲ୍‍ କୁମାର ମିଶ୍ର, ସୀତାରାମ ହୋତା, ଶିବପ୍ରସାଦ ଶତପଥୀ, ଗଙ୍ଗାଧର ଶତପଥୀ, ପ୍ରଦୀପ କୁମାର ଶତପଥୀ, ଫକୀର ଦାଶ, ଉପେନ୍ଦ୍ର ଶତପଥୀ, କୋକୋନା ଶତପଥୀ, ବାଳକୃଷ୍ଣ ଦାଶ, ହେମନ୍ତ ଦାଶ, ଟୁକୁନା ହୋତା, ମଧୁସୂଦନ ଶତପଥୀ, ଚକ୍ରଧର ମିଶ୍ର, ପ୍ରଶାନ୍ତ କୁମାର ତ୍ରିପାଠୀ, ହେମନ୍ତ କୁମାର ଦାଶ, ରବିଲୋଚନ ଦାଶ, ନିର୍ମଳ ଦାଶଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ୍‍, ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ