ଡିସେମ୍ବରରୁ ବଦଳିବ ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନର ଟର୍ମିନାଲ ଷ୍ଟେସନ
ଭୁବନେଶ୍ୱର, (ୱାଇଏନ୍ଏସ୍): ହାଓଡ଼ା ଷ୍ଟେସନରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଦକ୍ଷିଣ ପୂର୍ବ ରେଳପଥ ଡିସେମ୍ବର ୨୦୨୧ ର ପ୍ରଥମ ସପ୍ତାହରୁ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନ ପରିବର୍ତନ କରିବାକୁ ନିଷ୍ପତି ନେଇଛି ।
୦୮୩୦୬ ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ ସମ୍ବଲପୁରରୁ ୩ ଡିସେମ୍ବର ଠାରୁ ହାଓଡ଼ା ଷ୍ଟେସନ ପରିବର୍ତେ ଶାଲିମାର ଷ୍ଟେସନ ଠାରେ ଗନ୍ତବ୍ୟ ସମାପନ କରିବ । ସେହିଭଳି, ୦୮୩୦୫ ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍ ୪ ଡିସେମ୍ବର ଠାରୁ ହାଓଡ଼ା ପରିବର୍ତେ ଶାଲିମାର ଷ୍ଟେସନ ଠାରୁ ଏହାର ଯାତ୍ରା ପ୍ରାରମ୍ଭ କରିବ । ଏହି ଟ୍ରେନ୍ ଶାଲିମାରରୁ ରାତ୍ରି ୮ଟା୪୫ମି.ରେ ଛାଡି ସନ୍ତ୍ରାଗାଛିରେ ରାତ୍ରି ୮ଟା୫୮ମି.ରେ ପହଂଚିବ ଏବଂ ରାତ୍ରି ୯ ଘଟିକାରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ । ଫେରିବା ସମୟରେ ଏହି ଟ୍ରେନ୍ ସନ୍ତ୍ରାଗାଛିରେ ସକାଳ ୦୬ଟା୧୩ମି.ରେ ପହଂଚି ୬ଟା୧୫ମି.ରେ ଛାଡି ଶାଲିମାରରେ ସକାଳ ୬ଟା୫୦ମି.ରେ ପହଂଚିବ ।


