ଡିସେମ୍ବର ୧୧ରୁ ପୁଣି ଶୋ’ରୁ ଛୁଟିନେବେ କପିଲ୍
କମେଡି କିଙ୍ଗ୍ କପିଲ ଶର୍ମା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । କିଛିମାସ ତଳେ ସ୍ତ୍ରୀ ଗିନି ଚତ୍ରଥଙ୍କ ସହିତ ସମୟ କାଟିବା ପାଇଁ “ଦ କପିଲ ଶର୍ମା ଶୋ’ରୁ ୧୦ ଦିନ ଛୁଟି ନେଇ କାନାଡା ଯାଇଥିଲେ । ଶୁଣିବାକୁ ମିଳୁଛି ଆସନ୍ତା ମାସରେ କପିଲ୍ ପୁଣି ଛୁଟିରେ ଯିବେ । କପିଲ୍ଙ୍କର ଜଣେ ଖାସ୍ ବନ୍ଧୁ କହିଛନ୍ତି, ଗିନିଙ୍କ ଡେଲିଭରି ସମୟରେ କପିଲ୍ ତାଙ୍କ ପାଖରେ ରହିବା ପାଇଁ ଚାହୁଁଛନ୍ତି । ତେଣୁ ସେ ଚ୍ୟାନେଲଠାରୁ ୧୧ ଡିସେମ୍ବରରୁ ଛୁଟି ନେବା ପାଇଁ ଅନୁମତି ମାଗି ସାରିଛନ୍ତି । ଏହି ସମୟରେ ସେ କୌଣସି କାମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନକୁ କପିଲ୍ ଅଧିକ ଧ୍ୟାନ ଦେଉଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ଡିସେମ୍ବରରେ ବାପା ହେବାକୁ ଯାଉଛନ୍ତି । ସ୍ମରଣଯୋଗ୍ୟ, ୨୦୧୮ ଡିସେମ୍ବର ୧୨ରେ କପିଲ୍ ଗିନିଙ୍କୁ ବିବାହ କରିଥିଲେ । କପିଲ୍ ଜାନୁୟାରୀରେ ଶୋ’କୁ ଫେରିବେ ବୋଲି ଜଣାପଡ଼ିଛି ।


