ଡେଙ୍ଗାପଦର ର ମଙ୍ଗୁଳୁ ପାଇଲେ ଆଇଆଇଟି ପାଠ ପଢ଼ିବାର ସୁଯୋଗ,ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ଦାବୀ
ଶେରଗଡ଼, (ଦେବୀ ପ୍ରସାଦ ଦାସ):ଗଂଜାମ ଜିଲା ଶେରଗଡ଼ ବ୍ଲକ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ମଙ୍ଗୁଳୁ ଚରଣ ନାହାକ ପ୍ରଥମ କରି ଆଇଆଇଟି ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି।ଏହା ଶେରଗଡ଼ ବ୍ଲକ ପାଇଁ ଗର୍ବ ଓ ଗୋୖରବ ର ବିଷୟ ପାଲିଟିଛି।କାରଣ ବିଗତ ଦିନ ମାନଙ୍କରେ କେହି ଶେରଗଡ଼ ବ୍ଲକରୁ ଆଇଆଇଟି ପାଇ ନାହାନ୍ତି।ଗତ ୨୭ ତାରିଖ ଦିନ ଆଇଆଇଟି ମାଡ୍ରାସ ପକ୍ଷରୁ ମଙ୍ଗୁଲୁ ଙ୍କୁ ପତ୍ର ଆସି ପହଁଚିଲା।ଫଳରେ ଡେଙ୍ଗାପଦର ରେ ଏକ ପ୍ରକାର ଖୁସିର ମାହାଲ ଖେଳି ଯାଇଛି।ଏହି ଖୁସିର ରଘୁନାଥ ମଠ ର ମହନ୍ତ ପରମାନନ୍ଦ ଦାସ ଗୋସ୍ୱାମୀ ଖୁସି ବ୍ୟକ୍ତ କରିବା ସହାୟତା ର ହାତ ବଢ଼ାଇ ଛନ୍ତି।ବହୁତ ଗୁଡ଼ିଏ ଅର୍ଥ ର ଆବଶ୍ୟକ ପଡୁଥିବା ଯୋଗୁଁ ଏଦିଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ସହ ପାଠ ପଢ଼ିବାର ଖର୍ଚ୍ଚ ବହନ କରିବାକୁ ଡେଙ୍ଗାପଦର ସରପଞ୍ଚ ରାମକୃଷ୍ନ ପଲେଇ ସମିଟିସଭ୍ୟ ବୁଢା ପ୍ରଧାନ,ସମାଜସେବୀ ଶ୍ୟାମ ସୁନ୍ଦର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।ମଙ୍ଗୁଲୁ ର ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଏତେ ଗୁଡ଼ିଏ ଟଙ୍କା କିପରି ଯୋଗାଡ଼ ହେବ ସେଥି ନେଇ ଚିନ୍ତାରେ ପଡିଛନ୍ତି ମଙ୍ଗୁଲୁ।ନିଜେ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଓଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଙ୍କୁ ଯୋଗସୂତ୍ର କଲେ ମଧ୍ୟ ଫଳ ମିଳିନାହିଁ।ପ୍ରଥମ କରି ଶେରଗଡ଼ ବ୍ଲକର ଜଣେ ଆଇଆଇଟି ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାର ସପୂର୍ଣ ଦାୟିତ୍ୱ ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।


