କରୋନା ରେ ମୃତ୍ୟୁ ବରଣ କଲେ ଶିକ୍ଷକ ବିଶିଷ୍ଟ,ଯୋଧ୍ୟା ଭାବେ ଗ୍ରହଣ କରିବାକୁ ଶିକ୍ଷକ ସଙ୍ଘର ଦାବି

ଶେରଗଡ଼, (ଦେବୀ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ର ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜ କରୋନା ରେ ମଙ୍ଗଳବାର ସନ୍ଧ୍ୟାରେ ମୃତ ଘଟିଛି।ସେ ଗତ ୧୭ତାରିଖ ଠାରୁ ସିତଲାପଲି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ।ପୁର୍ବରୁ ଶ୍ରୀ ପ୍ରହରାଜ ଥୁରୁବୁରାଇ ପ୍ରଥମିଜ ବିଦ୍ୟାଳୟ ରେ ହୋଇଥିବା କୁରାଣ୍ଟଇନ କେନ୍ଦ୍ରରେ ୨୦ଦିନ କେନ୍ଦ୍ର ପରିଚାଳନା ରେ ଥିଲେ।ଏହାପରେ ଗତ୧୨ ତାରିଖ ଦିନ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା।୧୬ରେପଜିତିଭ ବୋଲି ଆସିବା ପରେ ୧୭ରେ କୋଭିଡ ହସପିଟାଲ କୁ ନିଆଯାଇଥିଲା।ତାଙ୍କର ମୃତ୍ୟୁ ପରେ ଶେରଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସମବେଦନା ଜଣାଇବା ସହ ସହାୟତା ରାଶି ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି ବିଇଓ ଭାସ୍କର ଲେଙ୍କା।ଶିକ୍ଷକ ଜଣଙ୍କ ଜଣେ କ ରୋନା ଯୋଧ୍ୟା ହୋଇଥିବାରୁ ତାଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଶେରଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ପଣ୍ଡା ଓ କାଳିଚରଣ ଚୌଧୁରୀ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ