ଡ୍ରାଇଭର ଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ମୋ ବସ କୁ ଅଟକ

ନିମାପଡା, (ସନ୍ତୋଷ ଦାଶ):ଓଡ଼ିଶା ଡ୍ରାଇଭର ମହାସଂଘ ନିମାପଡ଼ା, କାକଟପୁର, ଗୋପ ଶାଖା ର ଡ୍ରାଇଭର ମାନେ ଆଜି ସକାଳୁ ଷ୍ଟୀୟରିଂ ଛାଡ ଆନ୍ଦୋଳନ କରିଛନ୍ତି । ଫଳରେ କୋଣାର୍କ, ଗୋପ, କାକଟପୁର, ଅସ୍ତରଙ୍ଗ ପ୍ରଭୁତି ସ୍ଥାନ ରୁ ପୁରୀ, କଟକ,ଭୁବନେଶ୍ୱର,ଜଗତସିଂହପୁର ରାଉରକେଲା ପ୍ରଭୁତି ଅଞ୍ଚଳ କୁ ଯାତ୍ରୀବାହୀ ବସ, ଟ୍ରକ୍ , କାର, ଅଟୋ ପ୍ରଭୁତି ଯାନବାହାନ ଚଳାଚଳ ବନ୍ଦ ରହିଛି। ଯାତ୍ରୀ ଓ ମାଟ୍ରିକ ପରୀକ୍ଷାର୍ଥୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି। ନିମାପଡ଼ା ଶାଖା ସଭାପତି ମାନସ ରଞ୍ଜନ ବାରିକ ଙ୍କ ନେତୃତ୍ୱରେ ନିମାପଡ଼ା ବ୍ଲକ ର ୩୨ ଟି ପଞ୍ଚାୟତ ଓ ନିମାପଡ଼ା ଏ ନ ଏ ସି ଅଞ୍ଚଳର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଡ୍ରାଇଭର , କାକଟପୁର ଓ ଗୋପ ଠାରେ ଶତାଧିକ ଡ୍ରାଇଭର ଏହି ଆନ୍ଦୋଳନ ରେ ଯୋଗ ଦେଇଛନ୍ତି ।ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଭାପତି ମାନସ ରଞ୍ଜନ ବାରିକ, ଉପ ସଭାପତି ଶୁକଦେବ ବେହେରା ,ଉପଦେଷ୍ଟା ପ୍ରଶାନ୍ତ ସାହୁ ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି ।ଆନ୍ଦୋଳନ କୁ ଆଖି ଆଗରେ ରଖି ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ଫୋର୍ସ ସହ ଉପସ୍ଥିତ ରହିଛନ୍ତି । ଭୁବନେଶ୍ୱର ରୁ କୋଣାର୍କ ଆସୁଥିବା ମୋ ବସ କୁ ଡ଼୍ରାଇଭର ମାନେ ଅଟକ ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ