ଡ. ଚିତରଞ୍ଜନ ହେଲେ ଉତ୍କଳବୁଲେଟିନ୍ ଚାରିଟେବୁଲ ଟ୍ରଷ୍ଟ୍ର ପରିଚାଳନା ନିର୍ଦ୍ଦେଶକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବରିଷ୍ଠ ଅଧ୍ୟାପକ, ସୁସାହିତ୍ୟିକ, କବି, ସମାଜସେବୀ ତଥା ବହୁ ସାରସ୍ୱତ ପ୍ରତିଭାର ଅଧିକାରୀ ଡକ୍ଟର ଚିତରଞ୍ଜନ ମହାନ୍ତି ଉତ୍କଳ ବୁଲେଟିନ୍ ଚାରିଟେବୁଲ ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସଂସ୍କୃତି ସମ୍ପନ୍ନ ଯାଜପୁର ମାଟି ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର ସ୍ୱର୍ଗତଃ ବଟକୃଷ୍ଣ ମହାନ୍ତିଙ୍କ ସୁଯୋଗ୍ୟ ସନ୍ତାନ ଅଟନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ମହାନ୍ତି ବହୁ ସାରସ୍ୱତ ସମ୍ମାନରେ ସମ୍ମାନିତ ଓ ମା’ ମାଟି ଓ ମାତୃଭାଷାର ଉନ୍ନତି ଲାଗି ଦୀର୍ଘ ବର୍ଷ ଧରି ପ୍ରୟାସ କରିଚାଲିଛନ୍ତି । ଏକ ପ୍ରେସ୍ ବିଜ୍ଞପ୍ତିରେ ଟ୍ରଷ୍ଟ ପକ୍ଷରୁ ପ୍ରିୟବ୍ରତ ବାରିକ ସୂଚନା ପ୍ରଦାନ କରିଛନ୍ତି ।


