ଢ଼େଙ୍କାରେ ନୁତନ ସମବାୟ ସମିତ୍ତି ଉଦଘାଟିତ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ଠାରେ ନୁତନ ସମବାୟ ସମିତ୍ତିର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଢ଼େଙ୍କା ସରପଞ୍ଚ ସୁବାସିନୀ ସେଠୀ, ସମିତିସଭ୍ୟା ସୁକାନ୍ତୀ ବିଶ୍ୱାଳ, ଏସ.ଆର.ସି.ଏସ କୈଳାଶ ନାୟକ, କେସିି ବ୍ୟାଙ୍କର ଶାଖା ପରିଚାଳକ ସଲିଳ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୁର୍ବରୁ ଢ଼େଙ୍କା ପଞ୍ଚାୟତଟି ସଢ଼ା ସମବାୟ ସମିତି ଅଧିନରେ ଥିବାବେଳେ ଚାଷୀମାନେ ସେଠାକୁ ଯାତାୟତ କ୍ଷେତ୍ରରେ ଅସୁବିଧା ଭୋଗ କରୁଥିଲେ । ଫଳରେ ଏହି ନୁତନ ସମବାୟ ସମିତି ପ୍ରତିଷ୍ଠା ହେବାପରେ ଢ଼େଙ୍କା, ସଙ୍ଗମ, କଣିଆରୀ, ବାରିିଗାଁ, ଆମ୍ବଗଡିଆ, ତେନ୍ତୁଲିପଦି, ଝଣଝଣା ଆଦି ଗ୍ରାମର ଚାଷୀମାନେ ସହଜରେ ସମବାୟ ସେବା ପାଇପାରିବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଏହି ସମିତି ଅଧିନରେ ଆଠଶହ ଚାଷୀ ପଞ୍ଜିକୃତ ହୋଇଥିବା ସମ୍ପାଦକ ବିଭୁତି ଭୁଷଣ ସେଠୀ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଭିତରେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ବିଜୟ କୁମାର ରାଉତ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବୈଦ୍ୟନାଥ ସାମଲ, ନୃସିହଂ ଦେହୁରୀ, ଭଗବାନ ବିଶ୍ୱାଳ, ଳକ୍ଷ୍ମୀଧର ମଲ୍ଲିକ, ଅଲେଖ ଦାସ, ପ୍ରଭାତ ବିଶ୍ୱାଳ, ପ୍ରଫୁଲ ମିଶ୍ରଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ