ତାମିଲ ଫିଲ୍ମରେ ହୁମା କ୍ୟୁରେଶୀ

ଚେନ୍ନାଇ : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶୀ ନିଜର ଜଲଓ୍ବା ଦେଖାଇସାରିଥିବାବେଳେ ଦ୍ବିତୀୟ ଥର ଲାଗି ତାମିଲ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାମିଲ ସୁପରଷ୍ଟାର ଅଜିତ୍‌ କୁମାରଙ୍କ ଅପକମିଙ୍ଗ ଫିଲ୍ମ ବାଲିମଇରେ ଅଜିତଙ୍କ ବିପକ୍ଷରେ ହୁମା ନଜର ଆସିବାକୁ ଯାଉଛନ୍ତି । ଅଜିତ୍‌ଙ୍କ ସହିତ ଫିଲ୍ମ ନେଇ ହୁମା କିମ୍ବା ପ୍ରଯୋଜକଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ହୁମାଙ୍କ ଟ୍ବିଟ୍‌ରୁ ଦ୍ବିତୀୟ ଫିଲ୍ମ ନେଇ ସ୍ପଷ୍ଟ ହୋଇଛି । ମୁମ୍ବାଇରେ ଉମଙ୍ଗ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ନେଇ ହୁମା ଏକ ଟ୍ବିଟ୍‌ କରିଥିଲେ । ଚେନ୍ନାଇରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଥିବା କାରଣରୁ ଉମଙ୍ଗରେ ଯୋଗ ଦେଇ ପାରିବେ ନାହିଁ ବୋଲି ଟ୍ବିଟ୍‌ କରିବା ପରେ ଏହି ଖବର ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ