କମିଛି ସାଇବର୍‌ ଆକ୍ରମଣ

ମୁମ୍ବାଇ : ୨୦୧୮ ତୁଳନାରେ ୨୦୧୯ରେ ସାଇବର ଆକ୍ରମଣରେ ୪୦.୪ ପ୍ରତିଶତ ହ୍ରାସ ପାଇଛି । ଭାରତରେ ସାଇବର୍‌ ଆକ୍ରମଣ କମିଛି। ମଙ୍ଗଳବାର କାସ୍ପରସ୍କାଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ୨୦୧୮ରେ ଦେଶରେ ସାଇବର ଆକ୍ରମଣ ୩୮.୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୧୯ରେ ହ୍ରାସ ପାଇବା ଏକ ଭଲ ସଙ୍କେତ ବୋଲି କାସ୍ପରସ୍କାଏ ପକ୍ଷରୁ ପ୍ରକାଶ କରାଯାଇଛି । କାସ୍ପରସ୍କାଏ ବ୍ୟବହାରକାରୀଙ୍କୁ ବାର୍ଷିକ ଅନ୍ତତଃ ଥରେ ଆକ୍ରମଣ କରାଯାଇଛି ଯାହାକି ବିଗତ ବର୍ଷ ମାନଙ୍କ ତୁଳନାରେ ସର୍ବନିମ୍ନ ବୋଲି କାସ୍ପରସ୍କାଏ ଦକ୍ଷିଣ ଏସିଆ ଜେନେରାଲ ମ୍ୟାନେଜର ଦୀପେଶ କରୁଆ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ