ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କାର୍ମେଲ ସ୍କୁଲ ଠାରେ ରାଇଜିଙ୍ଗ ଷ୍ଟାର ଭଲିବଲ ଆସୋସିଏସନ ପକ୍ଷରୁ ଚାଲିଥିବା ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟରେ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ତଥା ଶେଷ ଦିବସର ଫାଇନାଲ ମ୍ୟାଚରେ ବ୍ରହ୍ମପୁରର ପାୱାର ସିକ୍ସ ଦଳ ବିଜୟୀ ହୋଇଛି । ଦିଗପହଣ୍ଡ ସିକ୍ସ ଦଳ ଓ ବ୍ରହ୍ମପୁର ର ପାୱାର ସିକ୍ସ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଦିଗପହଣ୍ଡି ସିକ୍ସ ଦଳକୁ ହରାଇ ବ୍ରହ୍ମପୁରର ପାୱାର ସିକ୍ସ ଦଳ ବିଜୟ ହାସଲ କରିଛି । ଏଥିରେ ଉଦଯାପନୀ ଦିବସରେ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ଆନ୍ତର୍ଜାତିକ ଖେଳାଳୀ ଭି. ରମେଶ ରାଓ, ଭୁବନେଶ୍ୱର ସ୍ଥିତ ଜାତୀୟ ସଙ୍ଗୀତ ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଅମୀୟ କୁମାର ଧଳ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ସ୍ୱର୍ଗତତାରାପଣ୍ଡାଙ୍କ ସୁପୁତ୍ର କମଳ ପଣ୍ଡା, ଯୁବ ବିଜେଡି ଜିଲ୍ଲା ଉପସଭାପତି ଅକ୍ଷୟ କୁମାର ସ୍ୱାଇଁ, ପଣ୍ଡିତ ଜଗନ୍ନାଥ ପଣ୍ଡା, ଶିକ୍ଷାବିତ୍ ଭାସ୍କର ସ୍ୱାଇଁ ଓ ବିଘ୍ନେଶ୍ୱର ରଥ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବାଦଲ, ବେଷ୍ଟ ନେଟର ଭାବେ ରିଙ୍କୁ, ବେଷ୍ଟ ହିଟର ଭାବେ ଧମନ, ବେଷ୍ଟ ଏଣ୍ଟରଟେନମେଣ୍ଟ ଭାବେ ବାଙ୍ଗରା, ବେଷ୍ଟ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଭାବେ ଆନାକୋଣ୍ଡୋଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହା ସହ ୱିନର ଦଳକୁ ଟ୍ରଫି ସହ ୧୬ ହଜାର ଟଙ୍କା ଓ ରନର ଦଳକୁ ଟ୍ରଫି ସହ ୧୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବେଷ୍ଟ ଅରଗାନାଇଜର ଭାବେ ତ୍ରିଲୋଚନ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା ।


