ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ୁଥିବା ଗର୍ଭବତୀ ମହିଳା ଉଡ଼ନ୍ତା ବିମାନରେ ଜନ୍ମ ଦେଲେ ଶିଶୁପୁତ୍ର
କାବୁଲ: ଆଫଗାିସ୍ତାନର ଜନୈକା ଗର୍ଭବତୀ ମହିଳା (ନୁରୀ) ଆଫଗାନିସ୍ତାନ ଛାଡି ଅନ୍ୟ ଦେଶକୁ ଯାଉଥିଲେ। ସେ ଦୁବାଇ ଦେଇ ବର୍ମିଂହାମ ଅଭିମୁଖେ ଯାଉଥିଲେ, ଯେତେବେଳେ ୨୬ ବର୍ଷିୟ ନୁରୀ ବିମାନରେ ଗର୍ଭ ଯନ୍ତ୍ରଣା ଭୋଗୁଥିଲେ ସେତେବେଳେ ବିମାନରେ କୌଣସି ପ୍ରସୂତି ଡାକ୍ତର ଉପସ୍ଥିତ ନଥିବା ବେଳେ ଭିଡ଼ ମଧ୍ୟ ପ୍ରବଳ ରହିଥିଲା । ଏଭଳି ପରିସ୍ଥିତିରେ ବିମାନ କର୍ମଚାରୀମାନେ ପିଲାଟିକୁ ପ୍ରସବ କରିଥିଲେ। ଗର୍ଭବତୀ ମହିଳା ତାଲିବାନରୁ ନିଜ ଜୀବନ ରକ୍ଷା କରିବା ପାଇଁ ପ୍ରଭଳ ଭିଡ଼ ଥିବା ବିମାନରେ ଚଢ଼ିପଡିଥିଲେ । ୩୩ ହଜାର ଉଚ୍ଚତାରେ ଉଡ଼ାଣ କରୁଥିବା ବିମାନରେ ତାଙ୍କ ପ୍ରସବ ଜନିତ ଯନ୍ତ୍ରଣା ବଢ଼ିଯାଇଥିଲା । ପରେ ବିମାନ କର୍ମଚାରୀମାନେ ଏହାକୁ ଚ୍ୟାଲେଞ୍ଜ ସହିତ ନେଇ ପ୍ରସବ କରାଇଥିଲେ ଓ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଆଫଗାନିସ୍ତାନର ଏହି ଗର୍ଭବତୀ ମହିଳା । ଆଫଗାନିସ୍ତାନରେ ତାଲିବାନ ଦଖଲ କରାଯାଇଛି, ଏହି କାରଣରୁ ଲୋକମାନେ ନିଜ ଦେଶ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି। ପ୍ରତିଦିନ ଚକିତ କରିଲା ଭଳି ଖବର ଆସୁଛି । ଆଫଗାନିସ୍ତାନ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଇଥିବାରୁ ଆଫଗାନିସ୍ତାନର ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୁତ୍ର ସନ୍ତାନ ଜନ୍ମ ସମୟରେ ବିମାନଟି ୩୩,୦୦୦ ଫୁଟ ଉଚ୍ଚରେ ଥିଲା । ଏହି କାରଣରୁ ତାଙ୍କ ପିତାମାତା ଏହାର ନାମ ହାୱା (ପବନ) ରଖିଥିଲେ। ନାଲି କମ୍ବଳରେ ଆବୃତ ଶିଶୁଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଲିବାନକୁ ଭୟ କରି ତାଙ୍କ ମା ଏବଂ ବାପାଙ୍କୁ କାବୁଲ ଛାଡି ଅନ୍ୟ ଦେଶକୁ ଯିବାକୁ ପଡିଲା। ହାୱା ସେମାନଙ୍କର ତୃତୀୟ ସନ୍ତାନ ।


