ତିନିମାସକୁ ବିଦ୍ୟୁତ ବିଲ୍ ୫୭ ଲକ୍ଷ ଟଙ୍କା
ଘରେ ଜଳୁଛି ଗୋଟିଏ ବଲ୍ବ, ବୁଲୁଛି ଗୋଟିଏ ଫ୍ୟାନ, କିନ୍ତୁ ବିଦ୍ୟୁତ ବିଲ୍ ୫୭ ଲକ୍ଷ ଟଙ୍କାରୁ ବେଶି ଆସିଛି । ତିନିମାସକୁ ଏହି ଦେୟ ଧାର୍ଯ୍ୟ କରାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଧୌଲନା ଅଞ୍ଚଳର ବଝାଦେ କଲାଂ ଗାଁରେ । ଏହି ଗାଁର ବାସିନ୍ଦା ରହିସପୁତ୍ର ହନିଫଙ୍କର ବିପିଏଲ୍ ତାଲିକାରେ ନାମ ରହିଛି । ସେ ବି ଜଣେ ଦିନମଜୁରିଆ । ବିପିଏଲ୍ ଯୋଗୁ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । ମେ’ ମାସରେ ସେ ୨୧୬୭ ଟଙ୍କା ବିଲ୍ ବାବଦରେ ପୈଠ କରିଥିଲେ । କିନ୍ତୁ ଏଥର ତିନି ମାସର ଏକାଥରକେ ବିଲ୍ ଆସିଛି ୫୭ ଲକ୍ଷ ୭୭ ହଜାର ୫୪ ଟଙ୍କା । ଏହା ଦେଖିବା ପରେ ଗ୍ରାହକ ଜଣଙ୍କ ଶକ୍ତି ନିଗମ କାର୍ଯ୍ୟାଳୟରେ ପହଞ୍ôଚବା ପରେ ଏହାକୁ ଅଧିକାରୀମାନେ ଚପାଇଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଭାଗୀୟ ମୁଖ୍ୟ ଏହା ଉପରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣା ଉତ୍ତରପ୍ରଦେଶରେ ପ୍ରଥମ ନୁହେଁ, ଏହାପୂର୍ବରୁ ବି ହାପୁଡ୍ର ଏକ ଗାଁ ଚମରିରେ ମଧ୍ୟ କିଛି ମାସ ପୂର୍ବରୁ ୧୨୮ କୋଟି ଟଙ୍କାର ବିଲ୍ ଆସିଥିଲା । ଏହି ବିଲ୍ ନ ଦେଇପାରିବାରୁ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ଏମିତି ହେଲା ଯେ, ଘଟଣାଟି ପହò[ôfû ମନ୍ତ୍ରୀଙ୍କ ପାଖରେ । ଏହାପରେ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କରାଯିବା ସହ ବିଲ୍କୁ ସଂଶୋଧନ କରାଯାଇଥିଲା ।


