ତିନି ସପ୍ତାହ ପରେ ବାଲିଗୁଡା କଣ୍ଟେନମେଣ୍ଟ ଜୋନକୁ ସାମାନ୍ୟ କୋହଳ କଲେ କନ୍ଧମାଳ ଜିଲ୍ଲାପାଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାର କେତେକ ୱାର୍ଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳକୁ ପ୍ରାୟ ତିନି ସପ୍ତାହ ଧରି କଣ୍ଟେନମେଣ୍ଟ ଜୋନ ରୂପେ କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି.ଘୋଷଣା କରିଥିଲେ l ବାଲିଗୁଡ଼ା କେତେକ ୱାର୍ଡ କୁ ପୂଜାରୀ ସାହି, ସୁନାପାଙ୍ଗା, ନୁଆସାହି, ଦଣ୍ଡପଦର, ରେଣ୍ଟି ସାହି, ଆଣ୍ଟସାହିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ପାଇଁ ଆଦେଶନାମା ଜାରିକରିଛନ୍ତି l ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ଦୋକାନ ସମ୍ମୁଖରେ ୨ ମିଟର ବ୍ୟବଧାନରେ ବେରିକେଟ କରାଯିବା ପାଇଁ ନିର୍ଦ୍ଧେଶ ଜାରୀ କରାଯାଇଛି l ବାଲିଗୁଡ଼ା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ବାଲିଗୁଡ଼ାତହସିଲଦାର କ୍ଷିରବ୍ଧ ତନ୍ନୟା ସାହୁ, ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବ୍ୟାପକ ପ୍ରସ୍ତୁତି ଜୋରଦାର କରିବାସହ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରାଯାଇଛି l ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନକୁ କୋହଳ କରିଥିବାରୁ ନଗର ବାସିଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ