ଏସଡିପିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ରାଇକିଆ, (ପ୍ରଦୀପ କୁମାର ବେହେରା):ସ୍ଥାନୀୟ ପୋଲିସ ଏସ ଡି ପି ଓ ଜୟକୃଷ୍ଣ ବେହେରା ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇ ନବରଙ୍ଗପୁର ଜିଲ୍ଲାକୁ ବଦଳି ଆଦେଶ ପରେ ଜି ଉଦୟଗିରି ପୋଲିସ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ପାଞ୍ଚଟି ଥାନା ପକ୍ଷରୁ ସ୍ଥାନୀୟ ଏସଡ଼ିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏସଡିପିଓ ଜୟକୃଷ୍ଣ ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସାମାଜିକ ଦୂରତ୍ୱ ରଖି ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଇକିଆ ଆଇଆଇସି ଅଲେଖ ଗରଡ଼ିଆ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ବିଡିଓ ଶାନ୍ତନୁ କୁମାର ନାୟକ ମୁଖ୍ୟଅତିଥି ଭାବେ ଓ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶକ୍ତିକାନ୍ତ ମିଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଚକାପାଦ ଆଇଆଇସି ଧିରଜ ଲେଙ୍କା,ଟିକାବାଲି ଆଇଆଇସି ରେବତୀ ଶବର,ସାରଂଗଡ଼ ଆଇଆଇସି ଅନିତା କିଡୋ ଉପସ୍ଥିତ ରହି ବିଦାୟୀ ଏସଡ଼ିପିଙ୍କ ବିଷୟରେ ନିଜ ନିଜ ମତବ୍ୟକ୍ତ କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲାର ଜୟ କୃଷ୍ଣ ବେହେରା ଜି ଉଦୟଗିରି ଏସଡ଼ିପିଓ ଭାବେ ନିଜର ରହଣି କାଳରେ ଏହି ଅଞ୍ଚଳବାସୀଙ୍କ ସ୍ନେହ ଶ୍ରଦ୍ଧା ନିଜ ନିଜ କର୍ମଚାରୀଙ୍କ ସହଯୋଗ ସବୁବେଳେ ମନେରହିବ ବୋଲି କହିଥିଲେ ।ସ୍ଥାନୀୟ ଆଇଆଇସି ନରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏସଆଇ ବିଭୁତି ଭୂଷଣ ମୁଦୁଲି,କୌଶଲ୍ୟା ବେହେରା, କୃଷ୍ଣଚନ୍ଦ୍ର ବେହେରା ଏବଂ ଏଏସଆଇ ସୁବାଷ ଚନ୍ଦ୍ର ପ୍ରଧାନ ଏବଂ ପ୍ରମୋଦ କୁମାର ଦିପ ଏସ ଡି ପି ଓ ଅଧୀନରେ କାର୍ଯ୍ୟକରିବା ଅନୁଭୂତି ସ୍ୱତନ୍ତ୍ର କହି ବିଦାୟୀ ଏସ ଡି ପି ଓ ଜୟ କୃଷ୍ଣ ବେହେରା ଙ୍କୁ ପ୍ରଶଂସା କରିଥିଲେ । ଜି.ଉଦୟଗିରି ରେ କାର୍ଯ୍ୟକାଳ ଭିତରେ ଉସ୍ତର୍ଗିକୃତ ସେବା ପାଇଁ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରିବା ସହ ଉତ୍ତରୋତ୍ତର କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ