ବରିଷ୍ଠ ବୈଜ୍ଞାନିକଙ୍କ ପରଲୋକ ସମଗ୍ର କନ୍ଧମାଳରେ ଶୋକର ଛାୟା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସଦରମହକୁମା ସ୍ଥିତ ନୂଆସାହି ବାସିନ୍ଦା ତଥା ବରିଷ୍ଠ ବୈଜ୍ଞାନିକ ଡାକ୍ତର ହରେକୃଷ୍ଣ ପ୍ରଧାନ ଙ୍କ ହଠାତ୍ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି।ଡା.ପ୍ରଧାନ ପ୍ରଥମେ ଖଜୁରୀପଡ଼ା ଏବଂ ପରେ ଫୁଲବାଣୀ ଠାରେ ସ୍କୁଲ କଲେଜ ଶିକ୍ଷା ସାରିବାପରେ ଭୂବନେଶ୍ୱର ଓୟୁଏଟି ପରେ ଭୋପାଳ କୃଷି ଗବେଷଣାରେ ପିଏଚଡି ସହ ଉତ୍ତର ପ୍ରଦେଶ ବରେଲି ରେ ଏମବିଏସଇ କରିଥିଲେ।ଡା.ପ୍ରଧାନ ଜଣେ ପଶୁପକ୍ଷୀ ଚିକିତ୍ସା ବିଜ୍ଞାନ ରେ ଖ୍ୟାତି ଅର୍ଜନ କରି ବିଦେଶରେ ବିଭିନ୍ନ ଔଷଧ ଏବଂ ଟୀକା ଉପରେ ଗବେଷଣା ମଧ୍ଯ କରିଥିଲେ। ଦେଶରେ ସଙ୍କ୍ରମଣ ହୋଇଥିବା ବାର୍ଡଫ୍ଲୁ ସମୟରେ ତାଙ୍କର ଗବେଷଣା ମଧ୍ଯ ବହୁମୂଲ୍ଯ ସାବ୍ଯସ୍ତ ହୋଇଥିଲା। ଚଳିତ ବର୍ଷ କରୋନା ଭୂତାଣୁ କାୟା ବିସ୍ତାର କରିବା ଆରମ୍ଭ କରିବା ସମୟରେ ଏନେଇ କନକ ନିୟୁଜ କାର୍ଯ୍ୟକ୍ରମ ରେ ଡାକ୍ତର ପ୍ରଧାନ କରୋନା ଭୂତାଣୁ ର ବିଭିନ୍ନ ପ୍ରକାର ଦିଗକୁ ନେଇ ଏହାର ନିରାକରଣ ପାଇଁ ବିଭିନ୍ନ ପ୍ରକାର ପରାମର୍ଶ ମଧ୍ଯ ଦେଇଥିଲେ।ଡାକ୍ତର ପ୍ରଧାନ ଡବ୍ଲ୍ୟୁଏଚଓ ର ପରାମର୍ଶଦାତାର ଦାୟିତ୍ୱ ମଧ୍ଯ ୫ ବର୍ଷ ଧରି ତୁଲାଇ ସୁନାମ ଅର୍ଜନ କରିଥିଲେ। ବର୍ତ୍ତମାନ ଭୂବନେଶ୍ୱର ଗାଡକଣା ବାସଭବନରେ ରହୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ରେ ଡାକ୍ତର ପ୍ରଧାନ ଙ୍କ ପରଲୋକ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ