ତିର୍ତ୍ତୋଲରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ବିଜେଡି ତରଫରୁ ସ୍ଥାନୀୟ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବହୁ ବକ୍ତା ବିଜୁ ବାବୁଙ୍କ ସମ୍ପର୍କରେ ବକ୍ତବ୍ୟ‌ ଦେବା ସହ ସ୍ମୃତି ଚାରଣ କରିଥିଲେ। ଏଥିରେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ ସଭାପତିତ୍ବ କରିଥିଲେ। ସ୍ଥାନୀୟ ବିଧାୟକ ବିଜୟ ଶଙ୍କର ଦାସ, ଜିଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନୀ ବିଶ୍ବାଳ, ବ୍ଲକ‌ ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲା ପରିଷଦ ସଭ୍ୟ ପ୍ରବିର ରାୟ, ସନାତନ ଦଳାଇ, ଲିପାଲି ରାଉଳ, ପୁର୍ବତନ ବ୍ଲକ ବିଜେଡି ସଭାପତି ଅଶ୍ବିନୀ ଦାସ, ପୂର୍ବତନ ଜିଲା ପରିଷଦ ସଭ୍ୟ ଇ° ପ୍ରସନ୍ନ ମଲ୍ଲିକ, ବିଜେଡି ସଭାପତି ଅମର ଜ୍ୟୋତି ସାହୁ, ଛାତ୍ରନେତା ବିମଳ ମହାପାତ୍ର, ବରିଷ୍ଠ ବିଜେଡି ନେତା ଧୃବ ଚରଣ ଖଟୁଆ ପ୍ରମୁଖ ମଞ୍ଚାସିନ ରହିଥିଲେ। ସେହିଭଳି ବ୍ଲକ ସମ୍ମିଳନୀ କକ୍ଷରେ ବିଜୁ ବାବୁଙ୍କ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।‌ଏଥିରେ ବିଡିଓ ଅଟଳ ବିହାରୀ ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ଆଶିଷ ସେଠୀ, ଅତିରିକ୍ତ ବିଡିଓ ସତ୍ୟଜିତ ସ୍ବାଇଁ, ଭାରପ୍ରାପ୍ତ ଜିପିଓ ବିଶ୍ବଜିତ ମହାପାତ୍ର, ବିତ୍ତ ଅଧିକାରୀ ବସନ୍ତ ବିଶ୍ବାଳ, ଜିଲାପରିଷଦ ସଭ୍ୟାସଭ୍ୟ, ସରପଞ୍ଚ, ସମିସଭ୍ୟା ସଭ୍ୟ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ