ଭଞ୍ଜନଗର ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ପରିସରରେ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବିନ ଦଳ ବେହେରା,ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ସାଂସଦ ପ୍ରତିନିଧି ଦିବାକର ନାୟକ, ସିଡିପିଓ ବିଷ୍ଣୁପ୍ରିୟା ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। କାଯ୍ୟକ୍ରମ ପୂର୍ବରୁ ପ୍ରଥମେ ବିଜୁ ବାବୁଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ କାଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରାଯିବା ସହ ବିଜୁ ବାବୁଙ୍କ ସ୍ବପ୍ନଙ୍କୁ ସାକାର କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଙ୍କ ପଂଚାୟତ ସ୍ତରୀୟ ବିଭାଗରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଚେଷ୍ଟା କରିବାକୁ ଉପସ୍ଥିତ ସମସ୍ତ ଜନପ୍ରତିନିଧି ଓ ସରକାରୀ, ବେସରକାରୀ କର୍ମଚାରୀଙ୍କୁ ବିଡ଼ିଓ ଶ୍ରୀ ସେଠୀ ଅନୁରୋଧ କରିଥିଲେ। ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଏବଂ ବ୍ଲକର ସମସ୍ତ ସରକାରୀ ବେସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ