ତୃତୀୟ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ-୨୦୨୪

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମା ସୁନାଦେଇ ପ୍ରଡ଼କ୍ସନ ଓ ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ତୃତୀୟ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜୀବ ଶେଖର ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ତାରିଣୀ ପ୍ରସାଦ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ମଦନମୋହନ ପ୍ରଧାନ, ଶରତ କୁମାର ପଟ୍ଟନାୟକ, କବିରାଜ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ ।ଯାତ୍ର ସ୍ୱର୍ଣ୍ଣମହଲର ନାଟକ ‘କେତେ ଦୁଃଖ ଦେବୁରେ କାଳିଆ’ ଶ୍ରେଷ୍ଠ ନାଟକ, ଶ୍ରେଷ୍ଠ ନାୟକ ସୁବାଷ ବେହେରା, ଶ୍ରେଷ୍ଠ ନାୟିକା କାବେରୀ ପାଢୀ ଏବଂ ରଶ୍ମୀପ୍ରଭା ସାହୁ, ଶ୍ରେଷ୍ଠ ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ, ଶ୍ରେଷ୍ଠ ଲେଖକ ଅରୁଣ ନାୟକ, ଡ. ଦୀପକ ଜେନା, ସଙ୍ଗୀତ କୃପାସିନ୍ଧୁ ବେହେରା, ଶ୍ରେଷ୍ଠ ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ, କିଶୋର ମିଶ୍ର, ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଡଲି ଭୂୟାଁ, ଇଜି ସ୍ୱାଇଁ, ରାଧା ମହାପାତ୍ର, ଲିଜା ପଣ୍ଡା, ଶ୍ରେଷ୍ଠ ଖଳନାୟକ ରଣଜିତ ପଣ୍ଡା, ପଙ୍କଜ ନାଥ, ଅଭିନେତା ଜୀବନ କବି, ଗୀତିକାର ମାନସ ଜେନା, ଶର୍ମିଷ୍ଠା ସ୍ୱାଇଁ, ଶ୍ରେଷ୍ଠ ପରିଚାଳକ ସଞ୍ଜୟ କୁମାର କର, ନବାଗତା ସୋନାଲି ଓ ଚିକୁ, ହାସ୍ୟ ଅଭିନେତା ବଜ୍ର ପାଣି, ମାନସ ଜେନାଙ୍କ ସମେତ ୬୦ଜଣ କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା । ଇଂ ଆଶୁତୋଷ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ବିବେନାନନ୍ଦ ବାରିକ ଏବଂ ସଭାପତି ଜିତେନ୍ଦ୍ର ଜେନା, ଉପଦେଷ୍ଟା ଶିବିର କୁମାର ପରିଡ଼ା, ପ୍ରଶାନ୍ତ ମହାନ୍ତି, ବିକାଶ ପଟ୍ଟନାୟକ, ରାଜା, ମଣ୍ଟୁ, ରାକେଶ, ବିଜୟ ଏବଂ ସଦସ୍ୟମାନେ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦୀର୍ଘ ୩ ବର୍ଷ ଧରି ଯାତ୍ରାକଳାମାନଙ୍କୁ ପୁରସ୍କୃତ କରାଯାଇ ଆସୁଅଛି ଏବଂ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଟ୍ରଷ୍ଟର ସମ୍ପାଦକ ବିବେକ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ