ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ପରିଦର୍ଶନରେ ପାଞ୍ଚ ମନ୍ତ୍ରୀଙ୍କ ସହ ବିଧାୟକଗଣ

ଛତ୍ରପୁର, (ଦେବଦତ୍ତ ମହାରଣା) : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ଲେଖାଏଁ ରୂପାନ୍ତରିତ ସ୍କୁଲକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ । ଆଜି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଦଶ ଟି ସ୍କୁଲ ରେ ଉଦଘାଟନ କାର୍ଯ୍ୟକ୍ରମ ରହିଛି l ଗଞ୍ଜାମ ଜିଲ୍ଲାରେ ବିଦ୍ୟାଳୟ ୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କରାଯାଇଥିବା କାମକୁ ପରଖିବା ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପାଞ୍ଚ ମନ୍ତ୍ରୀଙ୍କ ସହ ଓଡିଶା ର ବିଭିନ୍ନ ଅଂଚଳ ର ୧୬ରୁ ଅଧିକା ବିଧାୟକ ଆସି ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି। ସୋମବାର ସକାଳ ସାଢ଼େ ୮ଟା ସମୟରେ ବିଧାୟକମାନେ ଛତ୍ରପୁରର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ତାମ୍ପରା ବୋଟ କ୍ଳବ ପରିସରରେ ପହଂଚିବାକୁ ଆରମ୍ଭ କରିଥିଲେ। ପ୍ରଥମେ ରାଜ୍ୟ ସରକାର ଙ୍କ କୃଷି ବିଭାଗ ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ପରେ ଜଙ୍ଗଲ ଓ ପରିବେଶ ବିଭାଗ ର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,କ୍ରୀଡା ବିଭାଗ ର ମନ୍ତ୍ରୀ ତୁଷାର କ୍ରାନ୍ତି ବେହେରା, ବାଣିଜ୍ୟ ଓ ପରିବହନ ବିଭାଗ ର ମନ୍ତ୍ରୀ ପଦ୍ମନାଭ ବେହେରା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ମନ୍ତ୍ରୀ ସମୀର ରଞ୍ଜନ ଦାଶ ପହଞ୍ଚିଥିଲେ। ଏମାନଙ୍କ ବ୍ୟତୀତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର, ଭୁବନେଶ୍ୱର ମଧ୍ୟ ର ବିଧାୟକ ଅନନ୍ତ ନାରାୟଣ ଜେନା, ଦଶପଲ୍ଲା ର ବିଧାୟକ ରମେଶ ଚନ୍ଦ୍ର ବେହେରା, ସତ୍ୟବାଦୀ ର ବିଧାୟକ ଉମାକାନ୍ତ ସାମନ୍ତରାୟ, ବଡ଼ଚଣା ର ବିଧାୟକ ଅମର ପ୍ରସାଦ ଶତପଥି, କୁଚିଣ୍ଡା ର ବିଧାୟକ କିଶୋର ଚନ୍ଦ୍ର ନାୟକ, ଜୟଦେବ ର ବିଧାୟକ ଅରବିନ୍ଦ ଢ଼ାଲି, କୋରେଇ ର ବିଧାୟକ ଅଶୋକ କୁମାର ବଳ, ବିଂଝାରପୁର ର ବିଧାୟିକା ପ୍ରମିଳା ମଲ୍ଲିକ, ଚିଲିକା ର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବରୀ ବିଧାୟକ ସୁନନ୍ଦ ଦାସ, ଭୁବନେଶ୍ୱର ନର୍ଥ ର ବିଧାୟକ ସୁଶାନ୍ତ କୁମାର ରାଉତ, ରଣପୁର ର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ବେଗୁନିଆ ର ବିଧାୟକ ରାଜେନ୍ଦ୍ର ସାହୁ ଆସି ଏଠାରେ ପହଞ୍ଚିଥିଲେ ସେମାନଙ୍କ ସହ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ବୋଟ କ୍ଳବ ଠାରୁ ନବ ନିର୍ମିତ ପାର୍କ ଦେଇ ସମସ୍ତ ଅତିଥିମାନ ଙ୍କୁ ବ୍ୟାଟେରୀ ଚାଳିତ ଗାଡିରେ ନିଆ ଯାଇଥିଲା। ସେଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପାଞ୍ଚ ଜଣ ମନ୍ତ୍ରୀଙ୍କସହ ସମସ୍ତ ବିଧାୟକଙ୍କୁ ଉତ୍ତରୀୟ ଓ ଗଞ୍ଜାମ ଜିଲ୍ଲାର ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ହାତ ତିଆରି ଆଚାର, ପାମ୍ପଡ, ବଡି ଓ ରନ୍ଧା ଗୁଡ ଆଦି ପ୍ରଦାନ କରି ସ୍ୱାଗତ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଦିଗପହଣ୍ଡି ବ୍ଳକରେ ବୁଣା ଯାଉଥିବା ବମକେଇ ପାଟରେ ତିଆରି ଉତ୍ତରୀୟ ସହ କିଆ ଫୁଲ ପାଖୁଡା ବ୍ୟବହୃତ ହୋଇ ତିଆରି ହୋଇଥିବା ବ୍ୟାଗ ଦେଇ ସ୍ୱାଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କିର୍ତ୍ତୀ ଭାସନ ୱ,ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଡିଆରଡ଼ିଏ ଏପିଡି ଜ୍ୟୋତି ଶଙ୍କର ରାୟ, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ, ତହସିଲଦାର ନୀଳମାଧବ ଭୋଇ,ଆରଟିଓ ବିକାଶ ଚୌଧୁରୀଓ ଅନ୍ୟାନ୍ୟ ଅଧିକରୀ ଏବଂ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ଚର୍ଚ୍ଚା କରିଥିଲେ। ଏଠାରେ ପ୍ରାତଃ ଭୋଜନ ପରେ ଅତିଥି ମାନେ ତାମ୍ପରା ହ୍ରଦ ଓ ପାର୍କ ମନଭରି କିଛି ସମୟ ବୁଲି ଦେଖିଥିଲେ l ପରେ ସେଠାରୁ ଓଡିଶା ପର୍ଯ୍ୟଟନ ବିଭାଗର ୨ଟି ଗାଡିରେ ଛଅ ମନ୍ତ୍ରୀ ମାନଙ୍କ ସହ ସମସ୍ତ ବିଧାୟକ ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା ତାରା ତାରିଣୀଙ୍କ ପ୍ରସିଦ୍ଧ ପୀଠକୁ ଦର୍ଶନ ପାଇଁ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ