ଥାନା ପରିସରରେ ଦଶହରା ପୂଜା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସଵୁ ବର୍ଷ ପରି ଚଳିତ ବର୍ଷ ଭଣ୍ଡାରିପୋଖରୀ ଥାନା ପକ୍ଷରୁ ମା ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଯାଇଛି। ଥାନାର ନୀୟମିତ ପୂଜକ ରାଜକିଶୋର ପଣ୍ଡା ଓ ସୁବାସ ପଣ୍ଡା ଵୈଦିକ ଵିଧି ଅନୁଯାୟୀ ସିଂହଵାହିନୀଙ୍କ ପୂଜାର୍ଚ୍ଚନା କରିଥିଲେ । ମା’ଙ୍କ ଅପରାଜିତା ପୂଜା ସହିତ ଉପଚାର ପୂଜା, ଚଣ୍ଡୀ, ହୋମ, ପୂର୍ଣାହୂତି ପୂଜା ଆୟୋଜନ ହୋଇଥିଲା । ଥାନାର ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ସଂକଳ୍ପ କର୍ତ୍ତା ଭାବେ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ସହକାରୀ ଅଧିକାରୀ ଅନୁରାଗ ମହାନ୍ତି, ନୀଳମଣି ଦାସ, ବିଜୟ ନାୟକ, ବିଶିକେସନ ପରିଡା,ରତିକାନ୍ତ ଦାସଙ୍କ ସମେତ ଥାନା କର୍ମଚାରୀ ମାନେ ପୂଜାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ