ଦମକଳ ବାହିନୀ ପକ୍ଷରୁ ଛତ୍ରପୁର ତହସିଲ କାର୍ଯ୍ୟାଳୟ ବିଶୋଧନ କରାଗଲା

ଛତ୍ରପୁର, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଛତ୍ରପୁର ଦମକଳ ବାହିନୀ ତରଫରୁ ଆସିଷ୍ଟାଂଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ତତ୍ୱାବଧାନରେ ବିଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ଗୁରୁବାର ଦମକଳ ବାହିନୀର କର୍ମଚାରୀ ଚନ୍ଦ୍ରଶେଖର ସାମନ୍ତରାୟ, କାହ୍ନୁ ଶ୍ରୀଚରଣ ପରିଡ଼ା, ଦୀପକ କୁମାର ସାହୁ, ଉମାକାନ୍ତ ମୁଗ୍ରି, ମନୋଜ କୁମାର ଭୋଇ ପ୍ରମୁଖ ଛତ୍ରପୁରସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଇଣ୍ଡିଆନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ ବିଶୋଧନ କରାଯାଇଛି । ପୂର୍ବରୁ ଦମକଳ ବାହିନୀ ପକ୍ଷରୁ ଛତ୍ରପୁର, ଗଞ୍ଜାମ, ଗୋପାଳପୁର ସହର ସମେତ ଛତ୍ରପୁର ବ୍ଲକ ଏନଏସି ଅଂଚଳର ବିଭିନ୍ନ କ୍ୱାରାଂଟାଇନ ସେଂଟରଗୁଡ଼ିକ ମଧ୍ୟ କର୍ମଚାରୀମାନେ ରାସାୟନିକ ବିଶୋଧନ ସ୍ପ୍ରେ କାର୍ଯ୍ୟ କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ