ଦଳପାଇଁ ସବୁ ପ୍ରତିଦ୍ୱନ୍ଦୀ ଏକ
ହାଟଡିହି, (ବିକାଶ ବିଶ୍ୱାଳ) :-ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳୁଛି । ଆଜି ବଞ୍ଚୋ ପଞ୍ଚାୟତରେ ନିର୍ବାଚନ ପ୍ରଚାର ବେଳେ ସବୁ ପ୍ରତିଦ୍ୱନ୍ଦୀ ଦଳପାଇଁ ଏକଜୁଟ ହୋଇ ପ୍ରଚାର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ବିଜେଡିର ଅନେକ କର୍ମୀ ଚଳିତ ନିର୍ବାଚନରେ ସରପଞ୍ଚ ଓ ସମିତିସଭ୍ୟ ପାଇଁ ପ୍ରାର୍ଥୀ ହୋଇ ନିଜ ନିଜର ପ୍ରଚାର କରୁଛନ୍ତି । ସରପଞ୍ଚ ପାଇଁ ବିଜେଡିର ତିନିଜଣ ପ୍ରାର୍ଥୀ ହୋଇଥିବାବେଳେ ସମିତିସଭ୍ୟ ପାଇଁ ମଧ୍ୟ ୩ଜଣ ବିଜେଡି କର୍ମୀ ନିର୍ବାଚନ ମଇଦାନରେ ଅଛନ୍ତି । କିନ୍ତୁ ଆଜି ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀନୀ କୌଶଲ୍ୟା ସେଠୀ ନିର୍ବାଚନ ପ୍ରଚାର କରୁଥିବାବେଳେ ଅନେକ ପ୍ରତିଦ୍ୱନ୍ଦୀ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ବିଜେଡି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।


