ବିଜେଡି ପାଇଁ ଅଭିନେତ୍ରୀ ଏଲିନାଙ୍କ ନିର୍ବାଚନ ପ୍ରଚାର

ହାଟଡିହି, (ବିକାଶ ବିଶ୍ୱାଳ) :-ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ପ୍ରଚାର ସେତିକି ସେତିକି ଯୋର ଧରୁଛି । ସରକାର ନିର୍ବାଚନ ପ୍ରଚାର କଟକଣାକୁ କୋହଳ କରିବାପରେ ଏବେ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ଓ ସମିତିସଭ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଯୋରଦାର କରିବା ସହିତ ବାଇକରାଲି, ରୋଡ ସୋ ଆରମ୍ଭ କରିଦେଇଛନ୍ତି । ଆଜି ସିନେ ଅଭିନେତ୍ରୀ ଏଲିନା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେ ଏକ ରୋଡ ସୋରେ କଳିଗାଁ, ଶାଳଣିଆଁ, ଡଅଁର, ଗେଡମା, ଆଇତିପୁର, ହାବଳେଶ୍ୱର, ଷଡଙ୍ଗ ଆଦି ପଞ୍ଚାୟତର ବିଭିନ୍ନ ଗାଁକୁ ରୋଡ ସୋରେ ଯାଇ ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ତାଙ୍କ ସହିତ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ, ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲା ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ପରମେଶ୍ୱର ମଲ୍ଲିକଙ୍କ ସମେତ ବହୁ ବିଜେଡିକର୍ମୀ ଓ ଯୁବଛାତ୍ର ସଂଗଠନର ସଦସ୍ୟ ସାମିଲ ହୋଇଥିଲେ । ବିଭିନ୍ନ ଗାଁରେ ମହିଳାମାନେ ସେମାନଙ୍କୁ ପୁଲ ଚନ୍ଦନ ଦେଇ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ